ହକି ବିଶ୍ୱକପରେ ଆଜି ଦୁଇଟି ଲଢେଇ ! ଆର୍ଜେଣ୍ଟିନାକୁ ଭେଟିବ ସ୍ପେନ୍, ନ୍ୟୁଜିଲାଣ୍ଡ-ଫ୍ରାନ୍ସ କଡା ଟକ୍କର ।

Advertisment
ହକି ବିଶ୍ୱକପରେ ଆଜି ଦୁଇଟି ଲଢେଇ ! ଆର୍ଜେଣ୍ଟିନାକୁ ଭେଟିବ ସ୍ପେନ୍, ନ୍ୟୁଜିଲାଣ୍ଡ-ଫ୍ରାନ୍ସ କଡା ଟକ୍କର ।

image courtesy - www.bbc.co.uk

ଚଳିତ ବିଶ୍ବକପରେ ଗୁରୁବାର ପୁଲ୍ ‘ଏ’ର ଦୁଇଟି ମ୍ୟାଚ୍ ଖେଳାଯିବ । ସଂଧ୍ୟା ୫ଟାରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନା ଭେଟିବ ୟୁରୋପୀୟ ଦେଶ ସ୍ପେନକୁ ଏବଂ ରାତି ୭ଟାରେ କଳା ଷ୍ଟିକର ଦେଶ ନ୍ୟୁଜିଲାଣ୍ଡ ଖେଳିବ ଚଳିତ ବିଶ୍ବକପର ସବୁଠୁ ନିମ୍ନମାନ୍ୟତାପ୍ରାପ୍ତ ଦେଶ ଫ୍ରାନ୍ସ ସହିତ । ଆର୍ଜେଣ୍ଟିନା ନିଜର ଆକ୍ରମଣାତ୍ମକ ଖେଳ ଏବଂ ଉନ୍ନତ ପ୍ରତିଶତ ପେନାଲଟି କର୍ନର ରୂପାନ୍ତର ପାଇଁ ପରିଚିତ ଥିବାରୁ ସ୍ପେନକୁ ସହଜରେ ହରାଇବା ଲକ୍ଷ୍ୟରେ ରହିଛି । ରିଓ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଏବେ ବିଶ୍ବମାନ୍ୟତାରେ ୨ ନମ୍ବର ସ୍ଥାନରେ ରହିଛି । ପ୍ରତିଦ୍ବନ୍ଦ୍ବୀ ସ୍ପେନ ରହିଛି ଅଷ୍ଟମରେ ।

publive-image

ଏହି ମ୍ୟାଚରେ ନିଶ୍ଚିତ ଆର୍ଜେଣ୍ଟନା ଦୃଢ଼ ଦାବିଦାର ରହିବ। କିନ୍ତୁ ସ୍ପେନର ଅପ୍ରତ୍ୟାଶିତ ପ୍ରଦର୍ଶନ ମଧ୍ୟ ଆର୍ଜେଣ୍ଟିନାକୁ ଚକିତ କରିଦେବା ଭଳି ସାମର୍ଥ୍ୟ ରଖିଛି। ଆର୍ଜେଣ୍ଟିନା ତାରକା ଖେଳାଳି ଗଞ୍ଜାଲୋ ପିଲାଟ କଳିଙ୍ଗ ଷ୍ଟାଡିୟମରେ ବହୁବାର ଖେଳିଥିବାରୁ ସ୍ଥାନୀୟ ପ୍ରଶଂସକଙ୍କ ପସନ୍ଦର ଖେଳାଳି ଭାବେ ଆକର୍ଷଣରେ ରହିବେ। ବିଶ୍ବର ଅନ୍ୟତମ ପେନାଲଟି କର୍ନର ବିଶେଷଜ୍ଞ ଭାବେ ତାଙ୍କ ସୁନାମ ରହିଛି। ଅନ୍ୟପକ୍ଷରେ ରାତି ମ୍ୟାଚରେ ବିଶ୍ବ ମାନ୍ୟତାର ୯ ନମ୍ବର ନ୍ୟୁଜିଲାଣ୍ଡ ସହିତ ଫୁଟବଲ୍ ପରିଚିତିର ଦେଶ ଫ୍ରାନ୍ସ ଖେଳିବ। ଚଳିତ ବିଶ୍ବକପରେ ଫ୍ରାନ୍ସ ସବୁଠୁ ନିମ୍ନମାନ୍ୟତାପ୍ରାପ୍ତ ଦଳ ଭାବେ ଏଫଆଇଏଚ୍ ତାଲିକାରେ ୨୦ ନମ୍ବର ସ୍ଥାନରେ ରହିଛି। ଅଣ୍ଡରଡଗ୍ ଭାବେ ଏହି ଦେଶ କିଛି ଆଶ୍ଚର‌୍ୟ୍ୟ କରିବାର ଆଶା ରଖିଥିବ ନିଶ୍ଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe