ହକି ବିଶ୍ୱ ଲିଗ ଫାଇନାଲ ପାଇଁ ଚଳଚଂଚଳ କଳିଙ୍ଗ ଷ୍ଟାଡିୟମ୍ ! ସିନ୍ଥେଟିକ୍ ଟ୍ରାକରେ ଭାରତ ଓ କୋରିଆ ଟିମର ଅଭ୍ୟାସ ଜାରି

74

କନକ ବ୍ୟୁରୋ : ଭୁବନେଶ୍ୱରରେ ହକି ଫିଭର । ହକି ବିଶ୍ୱ ଲିଗ ଫାଇନାଲ ମ୍ୟାଚ ଆଉ ମାତ୍ର ୫ ଦିନ ଥିବାବେଳେ ଚଳଚଂଚଳ ହୋଇପଡିଛି କଳିଙ୍ଗ ଷ୍ଟାଡିୟମ ହକି କମ୍ପଲେକ୍ସ । ଏଥିପାଇଁ ଜୋରଦାର ଅଭ୍ୟାସ କରିଛି ଭାରତ । ଟିମ ଇଣ୍ଡିଆ ୩ ଦିନ ତଳୁ ପ୍ରାକ୍ଟିସ ଆରମ୍ଭ କରିଥିବା ବେଳେ ଶନିବାର ଟିମ କୋରିଆ ପ୍ରାକ୍ଟିସ ଆରମ୍ଭ କରିଛି । କଳିଙ୍ଗ ଷ୍ଟାଡିୟମର ଉନ୍ନତ ମାନର ସିନ୍ଥେଟିକ୍ ଫିଲ୍ଡକୁ ବିଦେଶୀ ଖେଳାଳି ମାନେ ବେଶ ପସନ୍ଦ କରିଥିବା ଜଣାପଡିଛି । ଏହି ବିଶ୍ୱ ଲିଗ ପାଇଁ ଆଜି ସମସ୍ତ ଦେଶର ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ଜଣାପଡିଛି । ଖେଳାଳୀଙ୍କ ରହଣି ପାଇଁ ଭୁବେନଶ୍ୱରର ଅଧିକାଂଶ ହୋଟଲ ବୁକ କରାଯାଇଥିବା ବେଳେ ୮ ଟି ଦେଶର ଖେଳାଳି ଏବଂ କୋଚଙ୍କ ଯାତାୟାତ ପାଇଁ ଭଲଭୋ ବସ ଗୁଡିକ ଷ୍ଟାଡିୟମରେ ଆସି ପହଁଚିଛି ।

64925-hwogjvvyss-1501931045ଏହି ସମ୍ମାନଜନକ ପ୍ରତିଯୋଗିତା ଅବସରରେ ତିନି ଜଣ ସ୍ଥାନୀୟ ଖେଳାଳି ବୀରେନ୍ଦ୍ର ଲାକ୍ରା, ଦୀପସାନ୍ ତିର୍କି ଓ ଅମିତ ରୋହି ଦାସ ମଧ୍ୟ ନିଜ ଯାଦୁ ଦେଖାଇବେ । ଭାରତୀୟ ଦଳ ତା’ର ଅଭିଯାନ ଗତଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଡିସେମ୍ବର ପହିଲାରେ ଆରମ୍ଭ କରିବ । ସର୍ଦାର ସିଂହ ଏବଂ ପିଆର ଶ୍ରୀଜେସଙ୍କ ଅନୁପସ୍ଥିତିରେ ଯୁବ ତାରକା ମନପ୍ରୀତ ସିଂ ଦଳର ନେତୃତ୍ୱ ନେବେ ।

ଭାରତୀୟ ଦଳ: ଆକାଶ ଅନିଲ ଚିଟକେ ଓ ସୁଜର କାରକେରା (ଗୋଲରକ୍ଷକ), ହରମନପ୍ରୀତ୍ ସିଂହ, ଅମିତ୍ ରୋହିଦାସ, ଦୀପ୍ସାନ୍ ତିର୍କି, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା ଓ ରୂପୀନ୍ଦର ପାଲ୍ ସିଂହ (ରକ୍ଷଣଭାଗ), ମନ୍ପ୍ରୀତ୍ ସିଂହ (ଅଧିନାୟକ), ଚିଙ୍ଗଲସାନା ସିଂହ (ଉପଅଧିନାୟକ), ଏସ୍କେ ଉଥପ୍ପା, ସୁମିତ୍, କୋଠାଲଜିତ୍ ସିଂହ (ମଧ୍ୟଭାଗ), ଏସଭି ସୁନୀଲ, ଆକାଶଦୀପ୍ ସିଂହ, ମନଦୀପ୍ ସିଂହ, ଲଲିତ ଉପାଧ୍ୟାୟ ଓ ଗୁରଜାନ୍ତ ସିଂହ (ପୂରୋଭାଗ)।