କଳିଙ୍ଗ ଷ୍ଟାଡିୟମରେ ଝଲକ ଦେଖାଇଲେ ସରକାର ।

47

କନକ ବ୍ୟୁରୋ: ବିଶ୍ୱସ୍ତରରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନୂଆ ଉଦ୍ୟମ । କ୍ରୀଡ଼ା ମାଧ୍ୟମରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବା ଲାଗି କଳିଙ୍ଗ ଷ୍ଟାଡିୟମରୁ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର । ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପରେ ସାରା ବିଶ୍ୱ ଦେଖିବ ଓଡ଼ିଆ ଭାଷା । ଯାହାର ଝଲକ ପ୍ରାରମ୍ଭିକ ଭାବେ ଦେଖିବାକୁ ମିଳିଛି । କଳିଙ୍ଗ ଷ୍ଟାଡିୟମକୁ ନୂଆ ରୁପରେ ସଜେଇବା ସହ ଓଡ଼ିଆ ଭାଷାରେ ‘ଓଡ଼ିଶା’ର ନାମକୁ ଦର୍ଶକଙ୍କ ବସିବା ସ୍ଥାନରେ ପ୍ରଦର୍ଶିତ କରାଯିବାର ପ୍ରସ୍ତୁତି ଶେଷ ହୋଇଛି ।

କ୍ରୀଡ଼ା ସଚିବ ବିଶାଲ ଦେବଙ୍କ ସୂଚନା ମୁତାବକ ଭୂବନେଶ୍ୱରର ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷାରେ ସିଗନାଲ୍, ସୂଚକାଙ୍କ ବୋର୍ଡ, ଦୋକନର ନାଁ, ମଲ୍ ଏବଂ ହେଟେଲ୍ ର ନାମ ଗୁଡିକ ଓଡ଼ିଆ ଫଳକରେ ଲେଖିବା ପାଇଁ ସମସ୍ତ ଷ୍ଟେକ ହୋଲଡରର୍ସଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ଏହା ଆସନ୍ତା ଅକ୍ଟୋବର ୧୫ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସୁଚନା ଦିଆଯାଇଥିବା କହିଛନ୍ତି କ୍ରୀଡ଼ା ସଚିବ ।

ଓଡ଼ିଆ ଏଭଳି ଆନ୍ତର୍ଜାତୀୟ କ୍ରୀଡ଼ାର ଆୟୋଜନ କରି ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବାରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଆଶା ପ୍ରକଟ କରିଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମ ଭିତରେ ବିଭିନ୍ନ ବିଜ୍ଞାପନକୁ ଓଡ଼ିଆ ଭାଷାରେ ପ୍ରଦର୍ଶିତ କରିବା ପାଇଁ ବିଭିନ୍ନ ବୈଦେଶିକ କମ୍ପାନୀ ମାନଙ୍କ ସିହିତ ଆଲୋଚନା କରିଛନ୍ତି ରାଜ୍ୟ କ୍ରୀଡ଼ା ବିଭାଗ ।