କନକ ବ୍ୟୁରୋ : ପୁରୁଷ ହକି ବିଶ୍ୱକପ ଚାମ୍ପିୟନ ହୋଇଛି ଜର୍ମାନୀ । ଏକ ରୋମାଞ୍ଚକର ମ୍ୟାଚରେ ବେଲଜିୟମକୁ ହରାଇଛି ଜର୍ମାନୀ । ପ୍ରଥମ କ୍ୱାର୍ଟରରୁ ହିଁ ଆକ୍ରମଣ ଖେଳ ଆରମ୍ଭ କରିଥିଲା ବେଲଜିୟମ । ୯ ମିନିଟରେ ବେଲଜିୟମ ପ୍ରଥମ ଓ ୧୦ ମିନିଟରେ ଦ୍ୱିତୟ ଗୋଲ ସ୍କୋର କରି ମ୍ୟାଚରେ ୨-୦ରେ ଆଗୁଆ ହୋଇଥିଲା । ପ୍ରଥମ କ୍ୱାଟରରେ ଜର୍ମାନୀ ପେନାଲଟି କର୍ଣ୍ଣର ପାଇଥିଲେ ମଧ୍ୟ ସୁଯୋଗକୁ ଗୋଲରେ ପରିଣତ କରିପାରିନଥିଲା ।
୨୯ ମିନିଟରେ ଜର୍ମାନୀ ଦଳରୁ ପ୍ରଥମ ଗୋଲ ଦେଇଥିଲେ ୱେଲ୍ଲେନ ନିକ୍ଲାସ । ତୃତୀୟ କାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ସ୍ଥିତିକୁ ବାରବାର କରିଥିଲେ । ୪୮ ମିନିଟରେ ଜର୍ମାନୀ ଅଧିନାୟକ ଆଉ ଏକ ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିନେଇଥିଲେ । ପରେ ବେଲଜିୟମ ଏକ ପେନାଲଟି କର୍ଣ୍ଣର ସହାୟତାରେ ସ୍ଥିତିକୁ ବରାବର କରିଥିଲା । ପରେ ସଡନ ଡେଥରେ ବେଲଜିୟମକୁ ହରାଇ ୫-୪ ଗୋଲରେ ବିଶ୍ୱ ଚାମ୍ପିୟନ ହୋଇଛି ଜର୍ମାନୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Champion-2-750x430-1.jpg)