କନକ ବ୍ୟୁରୋ: ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଆରମ୍ଭ କଲା ଭାରତୀୟ ହକି ଟିମ୍ ।  ୫-୦ ଗୋଲରେ ଦକ୍ଷିଣ ଆଫ୍ରିକା ଭଳି ଶକ୍ତିଶଳୀ ଦଳକୁ ମାତ୍ ଦେଇ ବିଜୟ ହାସଲ କରିଛି ଭାରତ । ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତୀୟ ଦଳ ୨-୦ ଗୋଲରେ ଆଗୁଆ ରହିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ଉପରେ ସମ୍ପୂର୍ଣ୍ଣ ଭାବେ ହାବି ହୋଇ ଯାଇଥିଲା ଭାରତୀୟଦଳ । ମ୍ୟାଚର ତୃତୀୟ ଏବଂ ଚତୁର୍ଥ କ୍ୱାର୍ଟରରେ ଗୋଲ ବର୍ଷା କରିଥିଲେ ଭାରତୀୟ ହକି ଖେଳାଳି ।

Advertisment

publive-imageତେବେ ଦଳର ପ୍ରଥମ ଗୋଲ ଭାରତୀୟ ହକି ଟିମ୍ ର ଫରୱାର୍ଡ ଖେଳାଳୀ ମନ୍ଦୀପ ସିଂଙ୍କ ହକି ଷ୍ଟିକ୍ ରୁ ଆସିଥିଲା । ଏହାପରେ ଆକାଶଦୀପ ସିଂ, ଲଳିତ ଉପାଧ୍ୟାୟ ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ସିମରନଜୀତ୍ ସିଂ ଭାରତ ପକ୍ଷରୁ ୨ଟି ଗୋଲ ଦେଇ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ତେବେ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ଆୟୋଜକ ଭାରତୀୟ ହକି ଟିମ୍ ଗୋଲ ପରେ ଗୋଲ ଦେଇ କଳିଙ୍ଗରେ ଗୋଲ ବର୍ଷା କରିଛି ଭାରତ ।

ଅନ୍ୟପଟେ ଘରୋଇ ଟିମ୍ ଭାରତ  ସହ ଦକ୍ଷିଣ ଆଫ୍ରିକାର ଏହି ମୁକାବିଲାକୁ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଉତ୍କଣ୍ଠା ଦେଖାଦେଇଥିଲା । ଖୋଲା ଆକାଶ ତଳେ ଶୀତକୁ ଖାତିର ନ କରି ଭାରତୀୟ ଟିମକୁ ସଭିଏଁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥଲା । ଏହି ମ୍ୟାଚ ଏକ ପ୍ରକାର ଭାରତର ମନୋବଳ ଦୃଢ଼ କରିବା ସଙ୍ଗେ ସଙ୍ଗେ ବିଶ୍ୱକପ ଟ୍ରଫି ହାତେଇବା ପାଇଁ ଶକ୍ତି ଦେବ ବୋଲି ହକି ପ୍ରେମୀମନେ ମତ ପ୍ରକାଶ କରିଛନ୍ତି ।

publive-imageସେପଟେ ହକି ବିଶ୍ୱକପର ଉଦଘାଟନୀ ମ୍ୟାଚ ଜିତିଛି ବେଲଜିୟ ଦଳ । ଓଡ଼ିଶା ପୁରୁଷ ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ଷ୍ଟାଡିୟମରେ କାନାଡାକୁ ୨-୧ ଗୋଲରେ ପରାସ୍ତ କରି ବେଲଜିୟମ ବିଜୟୀ ହୋଇଛି । କଳିଙ୍ଗ ବେଲଜିୟମ ନିଜର ଅଭିଯାନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଦଳ ପ୍ରଥମେ ୨ଟି ଗୋଲ ଦେଇଥିଲା । ସେପଟେ କାନାଡା ଲଢୁଆ ମନୋଭାବ ନେଇ ଖେଳୁଥିଲେ ମଧ୍ୟ ବେଲଜିୟମର ଖେଳାଳିମାନଙ୍କୁ ଟକ୍କର ଦେଇ ପାରିନଥିଲେ ଯାହା ଫଳରେ ଦଳକୁ ପ୍ରଥମ ମ୍ୟାଚରେ ପରାଜୟର ଦ୍ୱାର ଦେଖିବାକୁ ପଡ଼ିଛି ।