ଆଗ ହିରୋ ନା ହକି ? ଶାହରୁଖଙ୍କ ପାଇଁ ଟିକେଟ୍ ଦରରେ ସୁନାମୀ ।

ଲୋକଙ୍କୁ କାହା ଫିଭର ହକି ନା ଶାହରୁଖ ?

611

କନକ ବ୍ୟୁରୋ: ହକି ପାଇଁ ଲୋକଙ୍କ ମନରେ କି ଉକ୍ରଣ୍ଠା ଯେ, କହିଲେ ନ ସରେ । ଯେଉଁଥି ପାଇଁ ଲୋକମାନେ ଏବେ ୫୦୦ ଟଙ୍କାର ଟିକେଟ୍ ୫ ହଜାରରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାକୁ ପଛାଉନାହାନ୍ତି । ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକୃତରେ ହକି ପାଇଁ ଏମିତି କାହା ହୃଦ୍ ସ୍ପନ୍ଦନ କରୁଛି ଯେ ୫ ହଜାରରୁ ୮ ହଜାର ଟଙ୍କା ଦେଇ ହକି ମ୍ୟାଚ୍ ଦେଖିବାକୁ ବି ପ୍ରସ୍ତୁତ । ତେବେ ଏଠି ଆପଣଙ୍କୁ ଆମ୍ଭେ କହି ରଖୁଛୁ ଯେ ଆପଣ ଯାହା ଭାବୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ ।  କାରଣ ଏହି ୫ ରୁ ୮ ହଜାର ଟଙ୍କାର ଟିକେଟ୍ ହକି ମ୍ୟାଚ୍ ପାଇଁ ନୁହେଁ ବରଂ ହକି  ବିଶ୍ୱକପ ଉଦଘାଟନୀ ଉତ୍ସବର କେନ୍ଦ୍ରବିନ୍ଦୁ କିଙ୍ଗ ଖାନଙ୍କ ପାଇଁ କିଣିବାକୁ ପଛାଉନାହାନ୍ତି ବୋଲି ଖଟିରେ ଚର୍ଚ୍ଚା ହେଉଛି ।

ଆଜି ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡ଼ିୟମରେ ହେବାକୁଥିବା ହକି ବିଶ୍ୱପକର ଉଦଘାଟନୀ ସମାରୋହ ଆୟଜିତ ହେବ । ଯେଉଁଥିପାଇଁ ଗତ ୨୨ ତାରିଖ ଦିନ ଏହି ଟିକେଟ୍ ଅନଲାଇନ ଜରିଆରେ ବିକ୍ରୀ କରାଯାଇଥିଲା । ଯାହାର ମୂଲ୍ୟ ୫ଶହ ଟଙ୍କା ରଖାଯାଇଥିଲା । କିନ୍ତୁ ଅନେକ ଲୋକ ଏହାକୁ କିଣିବା ପାଇଁ ସମର୍ଥ ହୋଇ ନଥିଲେ । ଯେଉଁଥିପାଇଁ କିଛି ଲୋକ ଏହାକୁ କିଣି ବିଭିନ୍ନ ସାଇଟ୍ ରେ କଳାବଜାରି କରିବା ଦେଖିବାକୁ ମିଳିଥିଲା । ତେବେ କିଛି ଲୋକ ଏହି ୫୦୦ ଟଙ୍କା ଟିକେଟ୍ କୁ ୫ ହଜାରରୁ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଦେଇ କିଣିବାକୁ ମଧ୍ୟ ପଛାଇ ନାହାନ୍ତି ।

ଏହାକୁ ନେଇ ଖଟିରେ ଚର୍ଚ୍ଚା ଜୋର ଧରିଛି ଯେ, ଲୋକମାନଙ୍କୁ ଏବେ ହକି ଫିଭର ବଦଳରେ ଶାହାରୁଖ ଏବଂ ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ଫିଭର ହୋଇଛି । ତେଣୁ କିଛି ଲାଭଖୋର ବ୍ୟକ୍ତି ଏହାର ଫାଇଦା ନେଇ ଏଭଳି ଟିକେଟ୍ କୁ ବ୍ଲାକ କରି ବିକ୍ରୀ କରୁଥିବା ଦେଖିବାକୁ ମିଳିଛି । ପ୍ରକୃତରେ ହକି ପାଇଁ କାହାର ହୃଦ୍ ସ୍ପନ୍ଦନ କରୁଛି ତାହା ଏବେ ବି ବୁଝା ପଡ଼ୁନି । ତେବେ ସେ ଯାହା ହେଉନା କାହିଁକି ଲୋକମାନେ ଯେଉଁଭଳି ଭାବେ ଉଦଘାଟନୀ ସମାରୋହ ଦେଖିବାପାଇଁ ମନ ବଳାଇଛନ୍ତି ସେହିଭଳି ଆମ ଜାତୀୟ କ୍ରୀଡ଼ା ହକି ଖେଳ ପ୍ରତି ସମର୍ଥନ ଦେବା ଏବଂ କଳିଙ୍ଗ ମାଟିରେ ଭାରତୀୟ ହକି ଦଳ ଇତିହାସ ରଚିବା ପାଇଁ ଚିୟରପ୍ କରିବା ଆବଶ୍ୟକ ରହିଛି ।