କନକ ବ୍ୟୁରୋ: ଭାରତ ଫେରିଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟୀ ପୁରୁଷ ହକି ଟିମ୍। ଭାରତରେ ପହଞ୍ଚିବା ପରେ ହକି ଦଳର ସଦସ୍ୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି।
ଅଲିମ୍ପିକ୍ସରେ ଲଗାତର ଦୁଇଟି ବ୍ରୋଞ୍ଜ ପଦକ ଜିତି ଏହି ଦଳ ରେକର୍ଡ କରିଛି। ଟୋକିଓ ଅଲିମ୍ପିକ୍ସ ପରେ ପ୍ୟାରିସ ଅଲିମ୍ପିକ୍ସରେ ବି ଭାରତକୁ ପଦକ ଦେଇଛି ହକି ଦଳ। ବ୍ରୋଞ୍ଜ ପଦକ ପାଇଁ ହୋଇଥିବା ମ୍ୟାଚରେ ସ୍ପେନକୁ ୨-୧ ଗୋଲରେ ହରାଇଥିଲା ଟିମ୍ ଇଣ୍ଡିଆ। ଏହାସହ ୫୨ ବର୍ଷ ପରେ ଲଗାତର ଦୁଇ ଅଲିମ୍ପିକ୍ସରେ ହକିରେ ଦୁଇଟି ପଦକ ପାଇଛି ହକି ଦଳ। ଏହି ବିଜୟ ପରେ ଦେଶରେ ହକିପ୍ରେମୀଙ୍କ ମନରେ ଖୁସିର ମାହୋଲ। ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ସମସ୍ତେ ହକି ଟିମକୁ ଶୁଭେଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ହକି ଟିମକୁ ଶୁଭେଛା ଜଣାଇଥିଲେ। ଭାରତୀୟ ହକି ଦଳର ବିଜୟରେ ଓଡ଼ିଆ ପୁଅ ଅମିତ ରୋହିଦାସଙ୍କ ମଧ୍ୟ ବେଶ୍ ଭୂମିକା ରହିଥିଲା। ତାଙ୍କ ପାଇଁ ୪ କୋଟିର ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/10-13.jpg)