କନକ ବ୍ୟୁରୋ: ପ୍ୟାରିସ୍ ଅଲିମ୍ପିକ୍ସରେ ଦେଶ ପାଇଁ ଦସ୍ୱବ ଦୁଇଟି ବ୍ରୋଞ୍ଚେ ମେଡାଲ ଆଣି ପୁରା ଦେଶ ପାଇଁ ଗୌରବ ଆଣିଥିବା ହକି ତାରକା ଓଡିଶାରେ ପହଞ୍ଚିଛନ୍ତି । ତାଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ବିମାନବନ୍ଦରରେ ବ୍ୟାପକ ଆୟୋଜନ ହୋଇଥିବାବେଳେ ତାଙ୍କୁ ପାଛୋଟି ନେବା ପାଇଁ ପହଞ୍ଚିଥିଲେ ଏକାମ୍ର ବିଧାୟକ ବାବୁ ସିଂ ।

Advertisment

ପୂର୍ବ ପରି ଚଳିତ ବର୍ଷ ଅଲିମ୍ପିକ୍ସରେ ହକି ପ୍ରତି ତାଙ୍କର ଅବଦାନ ପ୍ରଶଂସନୀୟ । ପଡିଆରେ ତାଙ୍କ ଡିଫେନ୍ସ କୌଶଳ ହେଉ ବା ପ୍ରତିପକ୍ଷ ଖେଳାଳିଙ୍କୁ ଅଟକାଇବା ହେଉ ସବୁଥିରେ ତାଙ୍କର କୌଶଳକୁ ନେଇ ଚର୍ଚ୍ଚା । ଅମିତ ରୋହିଦାସଙ୍କ ଖେଳ କୌଶଳ ଭବିଷ୍ୟତ ପିଢିଙ୍କ ପାଇଁ ବେଶ୍ ପ୍ରେତ୍ସାହଦାୟୀ ହେବ ବୋଲି ଖେଳ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।