କନକ ବ୍ୟୁରୋ: ଆଉ କିଛି ସମୟ ପରେ ଭୁବନେଶ୍ୱରରେ ପହଞ୍ଚିବେ ଓଡ଼ିଆ ପୁଅ ଅମିତ ରୋହିଦାସ। ଅମିତ ରୋହିଦାସଙ୍କୁ ସ୍ୱାଗତ ପାଇଁ ବିମାନ ବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Advertisment

ଅମିତ ରୋହିଦାସ ଏକମାତ୍ର ଓଡ଼ିଆ, ଅଲିମ୍ପିକ୍ସରେ କ୍ରମାଗତ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୂର୍ବରୁ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ବ୍ରୋଞ୍ଜ ଜିତିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସଫଳତାରେ ପ୍ରମୁଖ ଭୂମିକା ବହନ କରିଥିଲେ ଅମିତ। ତେବେ ଗ୍ରେଟ ବ୍ରିଟେନ୍ ବିପକ୍ଷ କ୍ୱାର୍ଟର ଫାଇନାଲ ମୁକାବିଲାରେ ରେଡ୍ କାର୍ଡ ପାଇ ଗୋଟିଏ ମ୍ୟାଚରୁ ସସପେଣ୍ଡ ହୋଇଥିଲେ। ଯେଉଁଥିପାଇଁ ସେମିଫାଇନାଲରେ ଖେଳିପାରିନଥିଲେ ଓଡ଼ିଆ ପୁଅ। ଅମିତଙ୍କ ଅନୁପସ୍ଥିତିରେ ଭାରତ ଜର୍ମାନୀ ନିକଟରୁ ହାରି କ୍ରମାଗତ ଫାଇନାଲରୁ ବଞ୍ଚିତ ହୋଇଥିଲେ। ହେଲେ ବ୍ରୋଞ୍ଜ ପଦକ ମୁକାବିଲାରେ ଭାରତ, ସ୍ପେନକୁ ହରାଇ କ୍ରମାଗତ ପଦକ ଜିତିଥିଲା। ଏହି ସଫଳତା ପରେ ଅମିତ ରୋହିଦାସଙ୍କୁ ୪ କୋଟି ଟଙ୍କା ଦେବାକୁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ହକି ଦଳର ସମସ୍ତ ଖେଳାଳିଙ୍କୁ ୧୫ଲକ୍ଷ ଟଙ୍କା ଲେଖାଏଁ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ରାଜ୍ୟ ସରକାର।