କନକ ବ୍ୟୁରୋ : ଜାତୀୟ ପ୍ରତିଯୋଗିତାରେ ଆଡ୍‌ ହକ୍‌ କମିଟି ଓ ହକି ଓଡ଼ିଶାର ମିଳିତ ଦଳ ଅ˚ଶଗ୍ରହଣ କରିଛି। ରାଜ୍ୟରେ ହକି ପରିଚାଳନା ପାଇଁ ହକି ଇଣ୍ତିଆ ଆଡ୍‌ ହକ୍‌ କମିଟିକୁ ଦାୟିତ୍ବ ଦେଇଛି। ଏହା ବିରୋଧରେ ମାମଲା କୋର୍ଟରେ ବିଚାରାଧିନ ଥିବାବେଳେ ମିଳିତ ଦଳ ଜାତୀୟ ପ୍ରତିଯୋଗିତାରେ ଖେଳୁଛି। ଏହା ସତ୍ତ୍ବେ ହକି ଇଣ୍ତିଆ, ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶାକୁ ସ୍ବୀକୃତି ପ୍ରଦାନ କରିଛି। ଏହାକୁ ନେଇ ହକି ଓଡ଼ିଶା ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ହକି ଇଣ୍ତିଆର ଏତାଦୃଶ କାର୍ଯ୍ୟ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରିଛି।

Advertisment

ସୂଚନା ଅନୁଯାୟୀ, ଅଲିମ୍ପିଆନ୍‌ ଦିଲ୍ଲୀପ ତିର୍କିଙ୍କ ନେତୃତ୍ବରେ ହକି ଇଣ୍ତିଆ ଏକ ଆଡ୍‌ ହକ୍‌ କମିଟି ଗଠନ କରିଥିଲା ବେଳେ ଓଡ଼ିଶାରେ ହକି ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲା। ତେବେ ଏହା ବିରୋଧରେ ହକି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମାମଲାର ବିଚାର କରାଯାଇ ଆଡ୍‌ ହକ୍‌ କମିଟିର କାର୍ଯ୍ୟରେ ହକି ଓଡ଼ିଶାର ଯେପରି କୌଣସି କ୍ଷତି ନହେବ, ସେଥିପାଇଁ କୋର୍ଟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ। ରାଜ୍ୟ ଦଳ ଗଠନ ବେଳେ ଉଭୟ ପକ୍ଷ ଏକାଠି ହୋଇ ଖେଳାଳି ଚୟନ କରିବେ। ଗତ ୧୦ ତାରିଖରେ ହୋଇଥିବା ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶକୁ ବଳବତ୍ତର ରଖାଯାଇଥିଲା।

କିନ୍ତୁ ଇତିମଧ୍ୟରେ ‘ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା’ ନାମରେ ଗଠିତ ଏକ ସ˚ଘକୁ ହକି ଇଣ୍ତିଆ ସ୍ବୀକୃତି ପ୍ରଦାନ କରିଥିବା ଜଣାପଡ଼ିଥିଲା। ଓଡ଼ିଶାରେ ହକି ପରିଚାଳନା ସ˚ପର୍କିତ ମାମଲା ବିଚାରାଧିନ ଥିବାବେଳେ ଅନ୍ୟ ଏକ ନୂଆ ସ˚ଘକୁ ହକି ଇଣ୍ତିଆ କିପରି ସ୍ବୀକୃତି ପ୍ରଦାନ କଲା ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି। ମୂଳ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୫ ତାରିଖକୁ ଧାର୍ଯ୍ୟ ହୋଇଥିଲା ବେଳେ ବର୍ତ୍ତମାନ କୋର୍ଟ ଜାନୁଆରି ୨ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ। ତେଣୁ ଉଭୟ ମାମଲାର ଶୁଣାଣି ଏକତ୍ର ହେବା ସମ୍ଭାବନା ରହିଥିବା କୁହାଯାଉଛି।