କନକ ବ୍ୟୁରୋ: ହକି ବିଶ୍ୱକପ ଟାଇଟେଲ ଦୌଡ଼ରୁ ବିଦା ହେଲା ପାକିସ୍ତାନ । ୫-୦ ଗୋଲ ଦେଇ ପାକିସ୍ତାନକୁ ଚିତ୍ ପଟାଙ୍ଗ କଲା ବେଲଜିୟମ୍ ଟିମ୍ । କଳିଙ୍ଗ ଷ୍ଟାଡିୟମରେ ଜାରି ଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ର ୨୭ତମ ମ୍ୟାଚରେ ମଙ୍ଗଳବାର ବେଲଜିୟମ୍ ୫-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ପରେ ବେଲଜିୟମ୍ ଆସନ୍ତା ଡିସେମ୍ବର ୧୩ ତାରିଖରେ ଜର୍ମାନୀକୁ ଭେଟିବ।
FT. The @BELRedLions make a statement of intent as they march past @PHFOfficial with a dominant performance on 11th December and seal a spot in the Quarter Finals of the OHMWC Bhubaneswar 2018.#BELvPAK#IndiaKaGame#HWC2018#DilHockeypic.twitter.com/UORKUYO1B2
— Hockey India (@TheHockeyIndia) December 11, 2018
ହକି ବିଶ୍ୱକପର କ୍ରସ ଓଭର ମ୍ୟାଚରେ ବେଲଜିୟମ ଖେଳାଳିମାନେ ଆରମ୍ଭରୁ ପାକିସ୍ତାନ ଉପରେ ଆକ୍ରମଣାତ୍ମକ ଭାବରେ ଖେଳିଥିଲେ । ବେଲଜିୟମ ପ୍ରଥମ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ୨ୟ କ୍ୱାର୍ଟରେ ଗୋଟିଏ ଗୋଲ ଦେଇ ମଧ୍ୟାନ୍ତର ବେଳକୁ ପାକିସ୍ତାନ ବିପକ୍ଷରେ ୩-୦ ଗୋଲରେ ଅଗ୍ରଣୀ ଥିଲା । ପାକିସ୍ତାନ ବିପକ୍ଷରେ ବେଲଜିୟମ୍ କ୍ୱାର୍ଟର-୩ରେ ଗୋଟିଏ ଗୋଲ ଦେଇଥିଲା। ଶେଷରେ ପାକିସ୍ତାନକୁ ବେଲଜିୟମ୍ ୫-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି।