କନକ ବ୍ୟୁରୋ: ପୁଣି ଫେରିବ ହକି ଇଣ୍ଡିଆ ଲିଗ୍ । ଆସନ୍ତା ଡିସେମ୍ବର ମାସ ୨୭ ତାରିଖରୁ ଫେବ୍ରୁଆରୀ ୧ ତାରିଖ ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ମିଳିଥିବା ସୂଚନା ମୁତାବକ, ଏଥର ପୁରୁଷ ସହ ମହିଳା ଟିମ୍ ମଧ୍ୟ ସାମିଲ ହେବେ । ପୁରୁଷରେ ୮ଟି ଟିମ୍ ଏବଂ ମହିଳାରେ ୬ଟି ଟିମ୍ ସାମିଲ ହେବେ ବୋଲି ସୂଚନା ଦେଇଛନ୍ତି ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀ ।

Advertisment

ତେବେ ଏଥର ଦୁଇଟି ଭେନ୍ୟୁରେ ଖେଳାଯିବ ହକି ଇଣ୍ଡିଆ ଲିଗ୍ । ରାଉରକେଲା ସହିତ ରାଞ୍ଚିରେ ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଖେଳାଯିବ । ଏଥିସହିତ ଓଡିଶାର ମଧ୍ୟ ଗୋଟିଏ ଟିମ୍ ହକି ଇଣ୍ଡିଆ ଲିଗରେ ସ୍ଥାନ ପାଇବ ବୋଲି ଦିଲ୍ଲୀପ ତିର୍କୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଇଥିଲା । ଯାହାକି ୨୦୧୭ ମସିହା ପର୍ୟ୍ୟନ୍ତ ଚାଲିଥିଲା । ୨୦୧୭ରେ କଳିଙ୍ଗ ଲାନ୍ସର୍ସ ଚାମ୍ପିୟନ୍ ହେଇଥିଲା । ତେବେ ଏହା ପରଠାରୁ କିନ୍ତୁ ହକି ଇଣ୍ଡିଆ ଲିଗ୍ ଆୟୋଜନ ହେଇନାହିଁ ।