କନକ ବ୍ୟୁରୋ : ହକି ଇଣ୍ଡିଆର ବଡ଼ ଘୋଷଣା । ଉଭୟ ମହିଳା ଓ ପୁରୁଷ ହକି ଦଳର ମନବଳ ବଢ଼ାଇବା ପାଇଁ ଆର୍ଥିକ ପ୍ରୋତ୍ସାହନ ଘୋଷଣା କରିଛି । ଏଣିକି ମ୍ୟାଚ ଜିତିଲେ ମିଳିବ ୫୦ ହଜାର ଟଙ୍କା । ଅର୍ଥାତ ଭାରତ ଯେଉଁ ମ୍ୟାଚରେ ବିଜୟୀ ହେବ, ପ୍ରତ୍ୟେକ ଖେଳାଳିଙ୍କୁ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ ।

Advertisment

ଏହାସହ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୨୫ ହଜାର ଟଙ୍କା । ଖେଳାଳି ଦିଲ୍ଲୀପ ତିର୍କୀଙ୍କ ନେତୃତ୍ୱରେ ହକି ଇଣ୍ଡିଆ ଏହି ନୂଆ ପଲିସୀ ଆଣିବାକୁ ଯାଉଛି । ଦିଲ୍ଲୀପ ତିର୍କୀ କହିଛନ୍ତି, ଏହି ଘୋଷଣା ଆସନ୍ତା ବିଶ୍ୱକପ୍ ଓ ଏସିଆ କପ୍ ପାଇଁ ଖେଳାଳିଙ୍କୁ ଉତ୍ସାହିତ କରିବ । ଉନ୍ନତମାନର ଖେଳ ପ୍ରଦର୍ଶନ କରିବେ ଖେଳାଳି । ଏବଂ ହକି ପ୍ରତି ଯୁବ ଖେଳାଳିଙ୍କ ମନରେ ଆଗ୍ରହ ବୃଦ୍ଧି ପାଇବ ।