ହକିରେ ଏସିଆ କପର ବିଜୟ ମୁକୁଟ ପିନ୍ଧିଲା ଭାରତ : ଫାଇନାଲ ମ୍ୟାଚରେ ୨-୧ରେ ମାଲେସିଆକୁ ଦେଲା ମାତ୍

Advertisment
ହକିରେ ଏସିଆ କପର ବିଜୟ ମୁକୁଟ ପିନ୍ଧିଲା ଭାରତ : ଫାଇନାଲ ମ୍ୟାଚରେ ୨-୧ରେ ମାଲେସିଆକୁ ଦେଲା ମାତ୍

source-https://timesofindia.indiatimes.com

ଢ଼ାକା: ଏସିଆ କପ୍‌ ପୁରୁଷ ହକିର ୧୦ମ ସଂସ୍କରଣରେ ଭାରତ ୨-୧ ଗୋଲରେ ମାଲେସିଆକୁ ପରାସ୍ତ କରିଛି।

publive-image

୧୦ ବର୍ଷ ବ୍ୟବଧାନ ପରେ ରବିବାର ମ୍ୟାଚରେ ଭାରତକୁ ଏଭଳି ସଫଳତା ମିଳିଛି।

ବାଂଲାଦେଶର ରାଜଧାନୀ ଢାକାରେ ଅନୁଷ୍ଠିତ ଫାଇନାଲ ମ୍ୟାଚର ୩ୟ ମିନିଟରେ ଭାରତର ରମଣଦୀପ ସିଂହ ମାଲେସିଆ ବିପକ୍ଷରେ ପ୍ରଥମ ଗୋଲ ଦେଇଥିବା ବେଳେ, ପ୍ରଥମ ହାଫ୍‌ରେ ଲଲିତ ଉପାଧ୍ୟାୟ (୨୯ମିନିଟରେ)୨ୟ ଗୋଲ ଦେଇଥିଲେ। ମାଲେସିଆ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିଲା। ୪ର୍ଥ କ୍ୱାଟରରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଭାରତ ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା।

ପୂର୍ବରୁ ସୁପର-୪ରେ ଭାରତ ଶନିବାର ୪-୦ରେ ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା। ମୌଲାନା ଭସାନି ଷ୍ଟାଡିୟମରେ ୩ଥର ଚମ୍ପିୟନ ହୋଇଥିବା ପାକିସ୍ତାନ ବିପକ୍ଷରେ ଭାରତର ସତବୀର ସିଂହ ( ୩୯ମିନିଟ)ରେ ପ୍ରଥମ ଗୋଲ ଦେଇଥିଲେ। ସେହିଭଳି ଭାରତ ୩ୟ କ୍ୱାଟରରେ ୧-୦ରେ ଅଗ୍ରଣୀ ଥିବା ବେଳେ ହରମନପ୍ରୀତ ସିଂହ(୫୧ମିନିଟ) ଓ ଲଲିତ ଉପାଧ୍ୟାୟଙ୍କ ଗୋଲ(୫୨ମିନିଟ) ବଳରେ ୪ର୍ଥ କ୍ୱାଟରରେ ୩-୦ ଗୋଲରେ ଅଗ୍ରଣୀ ରହିଥିଲା। ସେହିଭଳି ଗୁରଜନ୍ତ ସିଂହ(୫୭ମିନିଟରେ) ଗୋଲ ଦେଇ ଭାରତର ଅଭିଯାନକୁ ୪-୦ରେ ଆଗକୁ ନେଇ ଯାଇଥିଲେ। ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe