କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଦିନ ଡେରାଡୁନରେ ‘ଘାସିୟାରୀ କଲ୍ୟାଣ ଯୋଜନା’ ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଆୟୋଜିତ ରାଲିରେ ଶାହା କଂଗ୍ରେସ ପାର୍ଟି ଉପରେ ଟାର୍ଗେଟ୍ କରିବା ସହ କଂଗ୍ରେସ ଉପରେ ତୃଷ୍ଟିକରଣର ଅଭିଯୋଗ ଆଣିଛନ୍ତି ।

Advertisment

ଶାହା କହିଛନ୍ତି କି ଦେବଭୂମି ରଚନା କରିବାର କାମ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ କରିଥିଲେ । ଉତ୍ତରଖଣ୍ଡକୁ ରାଜ୍ୟର ମାନ୍ୟତା ଦାବି କରୁଥିବା ଯୁବକଙ୍କ ଉପରେ କିଏ ଗୁଳି ଚଳାଇଥିଲା ବୋଲି ପ୍ରଶ୍ନ କରିଥଲେ ଶାହା ।

ଆଗକୁ ବିଧାନସଭା ନିର୍ବାଚନ ଆସୁଛି ଓ ପୁଣି ଉତ୍ତରାଖଣ୍ଡରେ ବିଜେପି ସରକାର କରିବା ବୋଲି ଶାହା ଦାବି କରି କଂଗ୍ରେସ କେବେ ଲୋକଙ୍କ କଲ୍ୟାଣ ପାଇଁ କାମ କରେ ନାହିଁ ବୋଲି ଲୋକଙ୍କୁ ବୁଝାଇଥିଲେ । ଅନ୍ୟପଟେ ଉତ୍ତରଖଣ୍ଡର ବିକାଶ ବିଜେପି ଶାସନ କାଳରେ ଆରମ୍ଭ ହୋଇଛି ବୋଲି ଦାବି କରିବା ସହ ଏହାର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଇଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ଶାହା କହିଥିଲେ କି ସେତେବେଳେ ମୁସଲିମ ଭୋଟରଙ୍କୁ ସନ୍ତୁଷ୍ଟ କରିବାକୁ ରାଜମାର୍ଗ ଅବରୋଧ କରି ନମାଜ ପଢିବାକୁ ଅନୁମତି ଦିଆଯାଉଥିଲା । ହେଲେ ଏବେ ସରକାର ସମସ୍ତଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତାହା ବନ୍ଦ କରିଦେଇଛନ୍ତି ।

ଶାହା କହିଛନ୍ତି କି ନଭେମ୍ବର ୫ ତାରିଖରେ କେଦାରନାଥ ଧାମରେ ପ୍ରଧାନମନ୍ତ୍ରୀ ଆଦି ଶଂକରାଚାର୍ଯ୍ୟକ ଏକ ବୃହତ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଯାଉଛନ୍ତି । ଏହାକୁ ସାରା ଦେଶର ଶିବାଳୟ ସହିତ ଯୋଡାଯିବ ।