କନକ ବ୍ୟୁରୋ : ବେଙ୍ଗାଲୁରୁରୁ ହିଜବୁଲ ଆତଙ୍କବାଦୀ ଗିରଫ । ଜମ୍ମୁ-କାଶ୍ମୀର ପୋଲିସ, କର୍ଣ୍ଣାଟକ ପୋଲିସ ଏବଂ ଭାରତୀୟ ସେନାର ୧୭ ରାଷ୍ଟ୍ରୀୟ ରାଇଫଲର ଟିମ ହିଜବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି । ଜୁନ ୫ ତାରିଖରେ ଆତଙ୍କୀକୁ ଗିରଫ କରାଯାଇଥିଲା । ତାଲିବ ହୁସେନ ନାମକ ଏହି ଆତଙ୍କୀ କାଶ୍ମୀର ଘାଟିରେ ପ୍ରବାସୀ ଏବଂ ହିନ୍ଦୁଙ୍କୁ ଟାର୍ଗେଟ କିଲିଂରେ ସାମିଲ ଥିଲା । ତାଲିବ ନିଜ ପତ୍ନୀ ଏବଂ ପିଲାମାନଙ୍କ ସହ କାଶ୍ମୀରରୁ ଫେରାର ହୋଇଥିଲା ପରେ ପୋଲିସ ତଲାସି ଅଭିଯାନକୁ ଜାରିରଖି ବେଙ୍ଗାଲୁରୁରୁ ତାକୁ ଗିରଫ କରିଥିଲା ।

Advertisment

ତାଲିବ କଥିତ ଭାବେ ବେଙ୍ଗାଲୁରୁର ଶ୍ରୀରାମପୁରର ଗୋଟିଏ ମସଜିଦରେ ଆଶ୍ରୟ ନେଇଥିଲା । ସେଠାରେ ସେ ଧାର୍ମିକ ଉପଦେଶମାନ ମଧ୍ୟ ଦେଉଥିଲେ । ବେଙ୍ଗାଲୁରୁରେ ଆତଙ୍କବାଦୀର ଗିରଫ ପରେ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ଗୋଟିଏ ସ୍ୱାଭାବିକ ପ୍ରକ୍ରିୟା । ପୋଲିସ ଲୋକଙ୍କ ଉପରେ ନଜର ରଖୁଛି । ଆମ ପୋଲିସ ସମସ୍ତଙ୍କୁ ସାହାର୍ଯ୍ୟ କରୁଛି । ପୂର୍ବରୁ ଆତଙ୍କବାଦୀ ଭଟକଲ ମଧ୍ୟ ଗିରଫ ହୋଇଥିଲା ।

ଜୁନ ୫ରେ ଧରାପଡିଥିବା ତାଲିବ ଜମ୍ମୁର କିଶତବାଡ ଜିଲ୍ଲାରେ ନାଗସେନୀ ତହସିଲ ଅଞ୍ଚଳର ବାସିନ୍ଦା । ୨୦୧୬ରେ ସେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନରେ ସାମିଲ ହୋଇଥିଲା । ତାଲିବ ସୁରକ୍ଷାବଳର ହିଟ ଲିଷ୍ଟରେ ଥାଇ ମଧ୍ୟ ଅନେକ ସମୟ ଧରି ବର୍ତ୍ତି ଥିଲା ।