କନକ ବ୍ୟୁରୋ : କରୋନା ସଂକ୍ରମଣକୁ ନେଇ କେତେ ପ୍ରକାରର ଖବର ଏବେ ଶୁଣିବାକୁ ମିଳୁଛି । ହେଲେ ଏବେ ଯେଉଁ ଖବର ଆମେ ଆପଣଙ୍କୁ ଦେବାକୁ ଯାଉଛୁ ତାହାକୁ ଶୁଣିଲେ ଆପଣ ତ ଚକିତ ହେବେ କାରଣ କରୋନା ସଂକ୍ରମିତ ଏହି ମହିଳାଙ୍କର ପରୀକ୍ଷା ନିରୀକ୍ଷା ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଦେଖିବା ପରେ ଡାକ୍ତରମାନେ ବି ଚକିତ ହୋଇଯାଇଛନ୍ତି ।
ଦକ୍ଷୀଣ ଆଫ୍ରିକାରେ ଜଣେ ଏଚଆଇଭି ସଂକ୍ରମିତ ମହିଳା ୭ ମାସ ଧରି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ରହିଥିଲେ । ହେଲେ ସବୁଠାରୁ ବଡକଥା ୭ ମାସ ମଧ୍ୟରେ ମହିଳା ଜଣଙ୍କ ଶରୀରରେ କରୋନା ଭୂତାଣୁ ୩୨ ଥର ରୂପ ବଦଳାଇଥିଲା । ଏନେଇ ଦକ୍ଷୀଣ ଅଫ୍ରିକାର ଡର୍ବାନ ସ୍ଥିତ କ୍ୱାଜୁଲ –ନେଟଲ ୟୁନିଭରସିଟି ର ବୈଜ୍ଞାନିକ ମାନେ ଖୋଲାସା କରିଛନ୍ତି । ବୈଜ୍ଞାନିକ ମାନେ କହିଛନ୍ତି କି ଜଣେ ୩୬ ବର୍ଷିୟ ଏଚଆଇଭି ସଂକ୍ରମିତ ମହିଳାଙ୍କ ଶରୀରରେ କରୋନା ଭୂତାଣୁ ୭ ମାସ ଧରି ରହିଥିଲା । ଏହି ୭ ମାସ ମଧ୍ୟରେ ମହିଳାଙ୍କ ଶରୀରରେ କରୋନାର ୧୩ ଟି ମ୍ୟୁଟେସନ ସ୍ପାଇକ୍ ପ୍ରୋଟିନ୍ ଭାବେ ଦେଖାଦେଇଥିଲା । ଏହି ସ୍ପାଇକ ପ୍ରୋଟିନ ଶରୀରରେ କରୋନା ଭୂତାଣୁର ପ୍ରତିରୋଧକ ଭାବେ କାମ କରିଥାଲ । ଅନ୍ୟପଟେ ମହିଳାଙ୍କ ଶରୀରରେ ରୂପ ବଦଳାଉଥିବା କରୋନା ଭୂତାଣୁ ମହିଳାଙ୍କ ଠାରୁ ଅନ୍ୟ କାହାକୁ ସଂକ୍ରମିତ ହୋଇଛି କି ନାହିଁ ତାହା ଉପରେ ତଦନ୍ତ ଚାଲିଛି ।
କହିରଖୁ କି ଏହା ଉପରେ ଗବେଷଣା କରୁଥିବା ବୈଜ୍ଞାନିକ ମାନେ କହିଛନ୍ତି ଏଭଳି ଗବେଷଣା ମହାମାରୀକୁ ରୋକିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦକ୍ଷୀଣ ଅଫ୍ରିକା କରୋନା ସଂକ୍ରମଣକୁ ନେଇ ପୁରା ପ୍ରଭାବିତ ହୋଇଛି । ହେଲେ ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ହାର କମିଥିବା କଥା କୁହାଯାଇଛି ।