ଘଟଣାଟି ହେଉଛି ଥାଇଲ୍ୟାଣ୍ଡର । ଯେଉଁଠାରେ ସେନାର ଜଣେ ମେଜର୍ ୭୫ ଜଣ କିଶୋରଙ୍କ ସହ କୁକର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ତେବେ ସବୁଠାରୁ ବଡ ଏବଂ ହାନିକାରକ କଥା ହେଉଛି ଉକ୍ତ ମେଜର ଏଡସ୍ ଭଳି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । ଯେହେତୁ ଅଭିଯୋଗ ଏଡସ୍ ରୋଗୀ ତେଣୁ କୁକର୍ମ କରିଥିବା ୭୫ ଜଣ କିଶୋର ମଧ୍ୟ ଏହି ରୋଗରେ ପୀଡିତ ହେବାର ସମ୍ଭାବନା ରହିଛି । ଖବର ଅନୁସାର,ଅଭିଯୁକ୍ତ ମେଜର୍ ଏକ ସମଲିଙ୍ଗୀ ଡେଟିଙ୍ଗ୍ ସାଇଟରୁ ନିଜର ଏକ ଫେକ୍ ଆକାଉଣ୍ଟ୍ ପ୍ରସ୍ତୁ୍ତ କରି ଅନ୍ୟ ୟୁଜର୍ସଙ୍କ ସହ ମିଶିଲେ । ପ୍ରଥମେ ବନ୍ଧୁତା ସ୍ଥାପନ କରି ଅନ୍ତରଙ୍ଗ ଫଟୋ ପ୍ରଦାନ କଲେ । ଏହାପରେ ଜଣ ଜଣ କରି ୭୫ ଜଣଙ୍କୁ ଘରକୁ ଡାକି ତାଙ୍କ ସହ କୁକର୍ମ କରିଥିଲେ । ପୀଡିତ କିଶୋରଙ୍କ ବୟସ ୧୩ ରୁ ୧୮ ବର୍ଷ ବୋଲି ଜଣାପଡଇଛି । ଗତ ୪ ବର୍ଷ ହେଲା ଅଭିଯୁକ୍ତ ଏଭଳି କାଣ୍ଡ ଭିଆଇ ଆସୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବର୍ତ୍ତମାନ ସେନାରୁ ଅଭିଯୁକ୍ତ ମେଜରକୁ ବରଖାସ୍ତ କରାଯାଇଛି ଏବଂ ପୀଡିତଙ୍କୁ କାଉନସିଲିଂ କରିବା ସହ ଉପଯୁକ୍ତି ଚିକିତ୍ସା ଯୋଗାଇ ଦିଆଯାଉଛି । ଥାଇଲ୍ୟାଣ୍ଡରେ ବାଳ ଯୌନଶୋଷଣ ପାଇଁ ୨୦ ବର୍ଷର କାରାଦଣ୍ଡ ଭୋଗିବାକୁ ପଡିଥାଏ ।