ଅସହ୍ୟ ଗରମରେ ସିଜୁଛି ଓଡିଶା .ଅପରାହ୍ନ ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରରେ ତାପମାତ୍ରା ୪୧.୮ ରେର୍କଡ ।

145

କନକବ୍ୟୁରୋ: ବଢିଚାଲିଛି ତାପମାତ୍ରା । ଅସହ୍ୟ ଗରମରେ ସିଝୁଛି ଓଡିଶା । ଭୁବନେଶ୍ୱର ସବୁଠୁ ଉତପ୍ତ ସହର ହୋଇଥିବାରୁ ଅପରାହ୍ନ ସାଢେ ୨ ଟା ସୁଦ୍ଧା ତାପମାତ୍ରା ୪୧,୮ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲି ୪୦.୪ ଡିଗ୍ରୀ ରହିଥିବା ବେଳେ ବାଲେଶ୍ୱର ୪୦.୩ ଡିଗ୍ରୀ ରହିଛି । ଝାରସୁଗୁଡା ୩୯.୫ ଡିଗ୍ରୀ ରହିଥିବା ବେଳେ ପାରାଦୀପ ୩୮.୮ ଡିଗ୍ରୀ ରହିଛି । ରାଉରକେଲା ୩୭.୯ ଡିଗ୍ରୀ , କେନ୍ଦୁଝର ୩୭,୮ ଡିଗ୍ରୀ ।

ତେବେ ଏହାରି ଭିତରେ ଆଜିଠୁ ରାଜ୍ୟରେ ବଢ଼ିବ କାଳବୈଶାଖୀର ପ୍ରଭାବ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ବଜ୍ରପାତ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । କାଳବୈଶାଖୀ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମିଳିପାରେ ଆଶ୍ୱସ୍ତି । ୨୫ ତାରିଖ ଯାଏ କାଳବୈଶାଖୀ ପାଇଁ ତାପମାତ୍ରା ନିୟନ୍ତ୍ରଣରେ ରହିବ ବୋଲି ଆକଳନ କରାଯାଉଛି ।

ତେବେ ୨୬ ତାରିଖରୁ ପାଗରେ ପୁଣି ଆସିବ ପରିବର୍ତନ । ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳିଗୁଳିରେ ସନ୍ତୁଳି ହେବେ ରାଜ୍ୟବାସୀ । ୨୬ ତାରିଖରେ ହିଟ୍ ୱେଭ୍ ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।