ସକାଳୁ ଅସହ୍ୟ ହେଲାଣି ତାତି । ସାଢେ ୮ଟା ସୁଦ୍ଧା ୩୮ ଡିଗ୍ରୀ ପାର । ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ ୱାର୍ଣ୍ଣିଂ ଜାରି ।

118

କନକବ୍ୟୁରୋ : ସକାଳୁ ତାତିଲାଣି ଓଡ଼ିଶା । ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହ୍ୟ ତାତି । ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ସତର୍କ କରାଇଲା ଆଂଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ହେବ ଗ୍ରୀଷ୍ମ ପ୍ରବାହ । ଏଥିପାଇଁ ଆଜି ଓ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖରୁ ତାତି ସାମାନ୍ୟ ହ୍ରାସ୍ ପାଇବ । ୨ ଓ ୩ ତାରିଖ ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଆଜି ସକାଳ ୮ଟା ୩୦ ସୁଦ୍ଧା ୩୮ ଡିଗ୍ରୀ ଉପରେ ପାରଦ । ୩୮ ଦଶମିକ ୪ ଡିଗ୍ରୀ ସହ ବାରିପଦା ସବୁଠାରୁ ଉତପ୍ତ ସହର ହୋଇଛି । ତାଳଚେରରେ ୩୭ ଦଶମିକ ୮, ବାଲେଶ୍ୱର ୩୬ ଦଶମିକ ୬, କେନ୍ଦୁଝରରେ ତାପମାତ୍ରା ୩୬ ଦଶମିକ ୪ ରେକର୍ଡ ହୋଇଛି । ଏହା ସହ କଟକରେ ୩୫ ଦଶମିକ ୮, ଭଦ୍ରକ ଓ ରାଉରକେଲାରେ ୩୫ , ଭବାନୀପାଟଣାରେ ୩୪ ଦଶମିକ ୮, ଭୁବନେଶ୍ୱର ଓ ଝାରସୁଗୁଡ଼ାରେ ୩୪ ଦଶମିକ ୬ ଡିଗ୍ରୀ ତାପମାତ୍ରା ରହିଛି ।

ହୀରାକୁଦରେ ୩୪ ଦଶମିକ ୪, ଚାନ୍ଦବାଲିରେ ୩୪ ଦଶମିକ ୨, ବଲାଙ୍ଗିର, କେନ୍ଦ୍ରାପଡ଼ା ଓ ଅନୁଗୁଳରେ ସକାଳ ୮ଟା ୩୦ ସୁଦ୍ଧା ୩୪ ଡିଗ୍ରୀ ରେକର୍ଡ କରାଯାଇଛି । ଏସବୁ ଭିତରେ ଆଜି ପାଇଁ ୯ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆ ଯାଇଥିବା ବେଳେ ମେ’ ୧ ତାରିଖରେ ୬ ଜିଲ୍ଲାକୁ ରେଡ୍ ଆଲର୍ଟ ନେଇ ସତର୍କ କରାଯାଇଛି । ତେବେ ୨ ତାରିଖ ପରେ ପାଣିପାଗରେ ସାମାନ୍ୟ ପରିବର୍ତନ ହୋଇପାରେ । ତାପମାତ୍ରାରେ କିଛିଟା ହ୍ରାସ ହେବା ନେଇ ପୂର୍ବାନୁମାନ କରାଯାଇଛି ।