ବଦଳିବ ନିଶ୍ଚିତକୋଇଲି ହାଟର ଚେହେରା । ଆଉ ରାସ୍ତାକଡରେ ଖରା-ବର୍ଷାରେ ବସି ପନିପରିବା ବିକ୍ରି କରିବେନି ଚାଷୀ ।

147

କନକ ବ୍ୟୁରୋ : ନିର୍ମାଣ ଚାଲିଛି ଗ୍ରାମାଞ୍ଚଳର ହାଇଟେକ୍ ହାଟ । କଟକ ଜିଲ୍ଲାର ସବୁଠାରୁ ବଡ ହାଟ ଭାବେ ପରିଚିତ ନିଶ୍ଚିତକୋଇଲି ବଜାର ଠାରେ ତିଆରି ହେଉଛି ଏଇ ହାଟ । ହାଟରେ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ କରାଯାଉଛି ଅତ୍ୟାଧୁନିକ ସୁବିଧା । ୬ଟି ବଡ ବଡ ଛାତ ପକା ପିଣ୍ଡିରେ ବସି ପନିପରିବା ବିକ୍ରି କରିବେ ଚାଷୀ ।

ବଦଳିବ ନିଶ୍ଚିତକୋଇଲି ହାଟର ଚେହେରା । ରାସ୍ତାକଡରେ ଖରା-ବର୍ଷାରେ ବସି ପନିପରିବା ବିକ୍ରି କରିବେ ନାହିଁ ଚାଷୀ । କି ଖରା ଓ କାଦୁଅ ପଚପଚ ରାସ୍ତାରୁ କିଣାକିଣି କରିବେ ନାହିଁ ଗ୍ରାହକ । ବର୍ଷା ଦିନେ ଡ୍ରେନେଜ୍, ଶୌଚାଳୟ, ଆଲୋକିକରଣ ସମସ୍ୟା ରହିବ ନାହିଁ । କାରଣ କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନିଶ୍ଚିତକୋଇଲିରେ ନିର୍ମାଣ ଚାଲିଛି ହାଇଟେକ୍ ହାଟ ।

ଚାଷୀଙ୍କ ଦ୍ୱାରା ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରିବଟା ପାଇଁ ନିଶ୍ଚିନ୍ତକୋଇଲି ବଜାରରେ ତିଆରି ହେଉଛି ହାଇଟେକ୍ ହାଟ୍ । ପ୍ରାୟ ୧ କୋଟି ବିନିମୟରେ ତିଆରି ହେଉଥିବା ହାଟରେ ଲାଇଟ୍, ଫ୍ୟାନ ଲାଗିବା ସହ ଶୌଚାଳୟର ବ୍ୟବସ୍ଥା ହେବ । ଚାଷୀଙ୍କ ବସିବା ପାଇଁ ହେଉଥିବା ପିଣ୍ଡିରେ ଟାଇଲ ପଡିବ । ରାତିରେ ହାଟକୁ ଆଲୋକିକରଣ କରିବା ପାଇଁ ହାଇ ମ୍ୟାସ୍କ ଲାଇଟ ଲଗାଯିବ । ଡ୍ରେନେଜ୍ ବ୍ୟବସ୍ଥା ସହ ହାଟ ଚାରି ପାଖ ରାସ୍ତାକୁ ପିଚୁ କରାଯିବ । ହାଇଟେକ୍ ହାଟ ହେଲେ ଚାଷୀଙ୍କ ପରିବା ଖରାତରାରେ ନଷ୍ଟ ହେବ ନାହିଁ । ଚାଷୀ ଭଲ ଦୁଇ ପଇସା ରୋଜଗାର କରିପାରିବେ ।