ହାଇଟେକ୍ ଗ୍ୟାଙ୍ଗ କିଛି ଏଭଳି ଭାବେ ଚୋରାଉଛନ୍ତି ଲୋକଙ୍କ ଟଙ୍କା ! ରୁହନ୍ତୁ ସାବଧାନ୍ ।

20

ଦିନକୁ ଦିନ ଦେଶରେ ବଢୁଛି ଚୋରି ମାମଲା । ହାଇଟେକ୍ ଇଣ୍ଟରନେଟ୍ ରାକେଟ୍ ବହୁଳ ମାତ୍ରାରେ ଲୋକମାନଙ୍କୁ କଲ୍ କରି ସେମାନଙ୍କ ଟଙ୍କା ଗାୟବ କରିଦେଉଛନ୍ତି । ସେମାନେ ବ୍ୟାଙ୍କ ଏବଂ ବିଭିନ୍ନ ବୀମା କମ୍ପାନୀର କର୍ମଚାରୀମାନଙ୍କ ର ନିଜ ନେଟୱାର୍କ ଜରିଆରେ ଗ୍ରାହକମାନଙ୍କର ସମସ୍ତ ତଥ୍ୟ ଏକାଠି କରିଥାନ୍ତି । ଏହାପରେ ସେମାନଙ୍କୁ କମ ସମୟରେ ଅଧିକ ଟଙ୍କାର ଲାଭ ଦେବାର ଲୋଭ ଦେଖାଇଥାନ୍ତି । ଯଦି ଆପଣଙ୍କୁ ପାଖକୁ ମଧ୍ୟ ଏଭଳି କିଛି କଲ୍ ଆସୁଛି, ତେବେ ସାବଧାନ୍ ହୋଇଯାଆନ୍ତୁ । ନଚେତ୍ ଅଧିକ ଟଙ୍କା ପାଇବା ଆଶାରେ ହୁଏତ ଆପଣ ଆପଣଙ୍କ ସଞ୍ଚିତ ଟଙ୍କା ମଧ୍ୟ ହରାଇବସିପାରନ୍ତି ।

ତେବେ ଏହି କଲ୍ ବିଶେଷ କରି ବରିଷ୍ଠ ନାଗରିକ ଏବଂ ମହିଳାମାନଙ୍କୁ ଟାର୍ଗେଟ କରିଥାଏ । ଯେଉଁଥିରେ ସେମାନେ ଅତି ସହଜରେ ଫସିଯାଇଥାନ୍ତି । ବିଭିନ୍ନ ଯୋଜନାର ଲୋଭ ଦେଖାଇ ଗ୍ରାହକମାନଙ୍କ ଠାରୁ ଟଙ୍କା ହଡପ ହୋଇଯାଇଥାଏ । ଗତ ୫ ମାସ ମଧ୍ୟରେ ଦିଲ୍ଲୀ ପୋଲିସକୁ ଏଭଳି ୭୫ଟି ଅଭିଯୋଗ ମିଳିଛି । କିନ୍ତୁ ଏଭଳି ଠଳାମୀରେ ପଡିଥିବା ଲୋକଙ୍କ ସଂଖ୍ୟା ଅଧିକ ହୋଇପାରେ । ତେବେ ଅଭିଯୋଗ ହୋଇଥିବା ମାମଲାରୁ ଜଣାପଡିଛି ଯେ, କମ ସମୟରେ ଅଧିକ ଟଙ୍କା ପାଇବା ଲୋଭରେ ପ୍ରତ୍ୟେକ ଠଳାମିର ଶିକାର ହୋଇଥିବା ବ୍ୟକ୍ତି ପାଖାପାଖି ୫୦ ହଜାରରୁ ଅଧିକ ଟଙ୍କାର କ୍ଷତି ସହିଛନ୍ତି । ତେବେ ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ କେତେଜଣ ଦୁବୃତ୍ତଙ୍କୁ ଧରିବା ପରେ ଏହି ଠକାମି କରିବାର ପ୍ରକ୍ରିୟା ସମ୍ବନ୍ଧରେ ଜଣାପଡିଥିଲା ।