ଆଗରେ ଭିକ୍ଷାଥାଳ,ହାତରେ ମୋବାଇଲ୍...ଭୁବନେଶ୍ବରର ହାଇଟେକ୍ ଭିକାରି...ସୋସିଆଲ ମିଡିଆରେ ମଜା ଉଡିଲା ‘ଉନ୍ନତି କରିଛି ଓଡ଼ିଶା, ଭିକାରି ବି ଧରିଲେଣି ଫୋନ’

Advertisment
ଆଗରେ ଭିକ୍ଷାଥାଳ,ହାତରେ ମୋବାଇଲ୍...ଭୁବନେଶ୍ବରର ହାଇଟେକ୍ ଭିକାରି...ସୋସିଆଲ ମିଡିଆରେ ମଜା ଉଡିଲା ‘ଉନ୍ନତି କରିଛି ଓଡ଼ିଶା, ଭିକାରି ବି ଧରିଲେଣି ଫୋନ’

କନକ ବ୍ୟୁରୋ: ହାଇଟେକ୍ ଭିକାରିଙ୍କ କଥା ଷ୍ଟାଣ୍ଡ ଅପ୍ କମେଡ଼ି କିମ୍ବା ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥାଏ। କେତେକ ଭିଡିଓ ଲୋକପ୍ରିୟ କରିବା ପାଇଁ ହାଇଟେକ୍ ଭିକାରିଙ୍କ ଦୃଶ୍ୟ ବି ଦେଖା ଯାଇଥାଏ। ଯଥା; ଭିକାରି ପିଓଏସ୍ ମେସିନ୍ ଧରି ବୁଲୁଛନ୍ତି, ଯଦି ପାଖରେ ଟଙ୍କା ନାହିଁ ତେବେ ଡେବିଟ୍ କାର୍ଡ ସ୍ବାପ୍ କରି ଆପଣମାନେ ଭିକାରିଙ୍କୁ ଭିକ୍ଷା ଦେଇପାରନ୍ତି। ସେହିଭଳି ଅନେକ ସମୟରେ ସରକାରୀ ଯୋଜନାକୁ ଉପହାସ କରି ମଧ୍ୟ ଏଭଳି ହାଇଟେକ୍ ଭିକାରିଙ୍କ କଥା ଭିଡିଓ ଜରିଆରେ ଉପସ୍ଥାପନ କରାଯାଉଥିବା ନଜରକୁ ଆସିଛି।

କିନ୍ତୁ, ଆମେ ଏଠାରେ ହାଇଟେକ୍ ଭିକ୍ଷାବୃତ୍ତିର ଏକ ବାସ୍ତବ ଚିତ୍ର ଉପସ୍ଥାପନ କରୁଛୁ। ସ୍ମାର୍ଟ ସିଟି ରାଜଧାନୀର ଫୁଟ୍ପାଥରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଆଗରେ ଭିକ୍ଷାଥାଳ ଥୁଆ ହୋଇଛି। ପଥଚାରୀ ଟଙ୍କାଏ କିମ୍ବା ଦୁଇ ଟଙ୍କା ପକାଇ ଦେଉଛନ୍ତି। ଏଣେ ମହିଳା ଭିକାରି ଜଣକ ମୋବାଇଲ୍ ଫୋନରେ କଥା ହେଉଛନ୍ତି। ‘ତମେ ସବୁ ବୁଲିକି ଆସିଲଣି? ମୁଁ ବି ଯାଇଥାନ୍ତି। ତମେ ସବୁ ମୋ ସହ ଗାଡ଼ିରେ ଯାଇଥାନ୍ତ।’ ଏମିତି କେତେ କଣ ଘର କଥା ସମ୍ପୃକ୍ତ ମହିଳା ମୋବାଇଲ୍ ଫୋନରେ ଗପି ଚାଲିଥିଲେ। ଏଭଳି ଏକ ଦୃଶ୍ୟ ଖାରବେଳ ନଗର ଥାନା ଠାରୁ କିଛି ଦୂରର ଫୁଟପାଥରେ ଦେଖିବାକୁ ମିଳିଥିଲା।

ଏହି ଦୃଶ୍ୟକୁ ଅନେକ ଦେଖୁଥିଲେ। କି ଯୁଗ ହେଲା ଭିକାରି ବି ମୋବାଇଲ ଧରିଲା ବୋଲି କେତେକ କହୁଥିଲେ। ମହିଳା ଜଣକ ବେଳେ ବେଳେ ରାମମନ୍ଦିର ସାମ୍ନା, ଉତ୍ସବ ବେଳେ ପ୍ରଦର୍ଶନୀ ପଡ଼ିଆ ସାମ୍ନାରେ ମଧ୍ୟ ଭିକ୍ଷାବୃତ୍ତି କରୁଥିବା ଦେଖିବାକୁ ମିଳେ। ଏଭଳି ଦୃଶ୍ୟକୁ ଭିଡିଓ ସୁଟିଂ କରି କେହି ଟ୍ବିଟରରେ ଅପଲୋଡ୍ କରିଛନ୍ତି। ୪୦ ସେକେଣ୍ଡର ଏହି ଭିଡିଓର ଦର୍ଶକଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେୟାର ମଧ୍ୟ ହେଉଛି। ‘ଓଡ଼ିଶା ଉନ୍ନତି କରିଛି, ଭିକାରି ବି ମୋବାଇଲ ଧରିଲେଣି’ ବୋଲି କହି ଥଟ୍ଟା କରିଥିବା ବେଳେ ଭୁବନେଶ୍ବରିଆ ବି ଧନ୍ୟ, ହାଇଟେକ୍ ଭିକାରିକୁ ଭିକ ଦେଉଛନ୍ତି’ ବୋଲି କେହି କେହି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe