ସାରା ରାଜ୍ୟରେ ଅସହ୍ୟ ତାତି । ଦିନ ସାଢ଼େ ୨ ସୁଦ୍ଧା ୪୩ ଡିଗ୍ରୀ ପାରଦ ରେକର୍ଡ ।

257

କନକବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଦିନ ସାଢ଼େ ୨ ଟା ସୁଦ୍ଧା ୪୩ ଡିଗ୍ରୀ ଟପିଛି ପାରଦ । କେନ୍ଦୁଝରରେ ଦିନର ସର୍ବାଧିନ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡ଼ାରେ ୪୨ ଦଶମିକ ୮, ସମ୍ବଲପୁରରେ ୪୨ ଦଶମିକ ୬, ହୀରାକୁଦ ଓ ରାଉରକେଲାରେ ୪୧ ଦଶମିକ ୮, ବାଲେଶ୍ୱରରେ ୪୧ ଦଶମିକ ୪, ଭୁବନେଶ୍ୱରରେ ୪୧ ଦଶମିକ ୩, ଚାନ୍ଦବାଲିରେ ୪୦ ଦଶମିକ ୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ମେ ୧ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ସତର୍କ କରାଇଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ମେ ପ୍ରଥମ ସପ୍ତାହରୁ ତାପମାତ୍ରାରେ ସାମନ୍ୟ ହ୍ରାସ ଘଟିବା ନେଇ ଆକଳନ କରାଯାଇଛି । ପଶ୍ଚିମାଝଡ଼ ପ୍ରଭାବରେ ମେ ପହିଲାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ।

ତେବେ ତାପମାତ୍ରା କମିଲେ ମଧ୍ୟ ଉଷ୍ମ ଓ ଆଦ୍ର ସ୍ଥିତି ସେମିତି ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ । ସେପଟେ କଟକକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ ଅରେଂଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।