ରାଜଧାନୀରେ ହିଟ୍ ଆଣ୍ଡ ରନ୍, ଜଣେ ଶ୍ରମିକ ମୃତ । ରାଜମହଲ ଫୁଟପାଥରେ ଶୋଇଥିବା ବେଳେ ମାଡ଼ିଗଲା କାର୍ । ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୋଲିସ୍ ।
କନକ ବ୍ୟୁରୋ: ରାଜଧାନୀରେ ହିଟ୍ ଆଣ୍ଡ ରନ୍ ମାମଲା । ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦ୍ରୁତ ଗତିରେ ଗାଡ଼ି ମାଡ଼ିଯିବା ଯୋଗୁଁ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ଏହି ଘଟଣାରେ ମୃତ୍ୟୁ ହୋଇଥିବା ଶ୍ରମିକଙ୍କ ପରିଚୟ ମିଳିନଥିବା ବେଳେ ପରିଚୟ ପାଇଁ ମୃତକଙ୍କ ଫଟୋ ସାର୍ବଜନୀନ କରିଛି ପୋଲିସ । ଖୁବଶୀଘ୍ର ଗାଡ଼ି ଚାଳକଙ୍କୁ ଚିହ୍ନଟ କରାଯିବ ବୋଲି ଏସିପି କହିଛନ୍ତି । ଏହାସହ ଦୁର୍ଘଟଣାସ୍ଥଳର ଆଖପାଖରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଉଥିବା ସୂଚନା ଦେଇଛନ୍ତି ।
ତେବେ ଗାଡ଼ି ଚାଳକ ଦୁର୍ଘଟଣା ଘଟାଇବା ପରେ ଗାଡ଼ିଟି ଦ୍ରୁତ ଗତିରେ ଆଗକୁ ମାଡ଼ିଯାଇଥିଲା । ଧଉଳି ଥାନା ନିକଟସ୍ଥ ବାଙ୍କୁଆଳ ପାଖରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଛନ୍ତି ଗାଡ଼ି ଚାଳକ । ପୋଲିସ ଏନେଇ ସୂଚନା ପାଇବା ପରେ ଗାଡିଟିକୁ ଉଦ୍ଧାର କରି ଥାନାକୁ ଆଣିଛି ।