କନକ ବ୍ୟୁରୋ: ଚଣ୍ଡିଗଡରେ ସଡକ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ରାସ୍ତାକଡରେ ବୁଲା କୁକୁରଙ୍କୁ ଖାଇବାକୁ ଦେଉଥିବା ଜଣେ ଯୁବତୀଙ୍କୁ ଗାଡି ମଡାଇ ଚାଲିଯାଇଥିଲା । ଗାଡି ଦୁର୍ଘଟଣା ଘଟାଇବା ପରେ ସେଠାରୁ ଚାଲିଯାଇଥିଲା । ଘଟଣାଟି ଫର୍ଣ୍ଣିଚର ମାର୍କେଟର । ସଡକ ଦୁର୍ଘଟଣାର ପୂରା ଭିଡିଓ ସିସିଟିଭିରେ କଏଦ ହୋଇଛି ।

Advertisment

ସୂଚନା ଅନୁସାରେ, ଆହତ ଯୁବତୀ ଜଣଙ୍କ ୨୫ ବର୍ଷୀୟା ତେଜସ୍ୱିତା କୌଶଲ । ଶନିବାର ରାତି ପ୍ରାୟ ୧୧ ଟା ୩୯ ସମୟରେ ତେଜସ୍ୱିତାଙ୍କ ଉପରେ କାର ମାଡିଯାଇଥିଲା । ସେହି ସମୟରେ ତେଜସ୍ୱିତା ବୁଲାକୁକୁରଙ୍କୁ ଖାଦ୍ୟ ଖାଇବାକୁ ଦେଉଥିଲେ । ଶୁଣିବାକୁ ମିଳୁଛି ଯେ ଗାଡିଟି ଭୁଲ ପଟରୁ ଆସି ଧକ୍କା ଦେଇଥିଲା ।

ତେଜସ୍ୱିତା ବର୍ତ୍ତମାନ ଜିଏମଏସଏଚ-୧୬ରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ତାଙ୍କ ହୋସ ଫେରିଥିବା ବେଳେ ସେ କଥାବାର୍ତ୍ତା କରୁଥିବା ଜଣାପଡିଛି । ତେବେ ପରିବାର ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏହି ଘଟଣାଟି ସେକ୍ଟର-୬୧ ପୋଲିସ ଷ୍ଟେସନ ଏକ ମାମଲା ରୁଜୁ କରାଯାଇଛି । ପୂରା ଦୁର୍ଘଟଣାର ସିସିଟିଭି ଫୁଟେଜ ମଧ୍ୟ ବାହାର କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।