ସହିଦନଗର ଥାନାରେ ମଣିଷମରା ମର୍ସିଡିଜ୍ କାର୍ । ଏହି ଦାମୀ ଗାଡି ତଳେ ଯାଇଛି ଗରିବର ଜୀବନ ।

207

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ହିଟ୍ ଆଣ୍ଡ୍ ରନ୍ ମାମଲା । ମର୍ସିଡିଜ୍ କାର ଜବତ, ଡ୍ରାଇଭର୍ ଗିରଫ । ଶନିବାର ସହିଦନଗର ଥାନା ପଣ୍ଡାପାର୍କ ନିକଟରେ ଘଟିଥିବା ଏବି ଦୁର୍ଘଟଣାରେ ଜଣେ ଚା ଦୋକାନୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ଯାଜପୁର ବିଞ୍ଝାରପୁରର ଦିଲୀପ ପରିଡା । ଦିଲୀପ ଦୋକାନ ସମ୍ମୁଖରେ ସଫା କରୁଥିବା ବେଳେ ହଠାତ୍ ମାଡି ଆସିଥିଲା ମର୍ସିଡିଜ୍ କାର୍ । ଦିଲୀପ ରକ୍ତ ଜୁଡୁବୁଡୁ ହୋଇ ରାସ୍ତାରେ ପଡିଥିବା ବେଳେ ଡ୍ରାଇଭର ଜଣକ ସେଠାରୁ ଫେରାର ମାରିଥିଲା ।