ଭୁବନେଶ୍ୱରରେ ହିଟ୍ ଆଣ୍ଡ ରନ୍ ମାମଲା । ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ ।

562

କନକ ବ୍ୟୁରୋ: ଶେଷ ହେଲା ଲୁଚକାଳି ଖେଳ । ବନ୍ଧା ହେଲା କିଲର କାର ମାଲିକ । ଅଭିଯୁକ୍ତ ବିକାଶ ପାଲ୍ ହେଉଛନ୍ତି ଏକ ଘରୋଇ ବ୍ୟାଙ୍କର ଏଜିଏମ୍ । ଅଭିଯୁକ୍ତ ବିକାଶ ରାଜମହଲ ଛକରେ ଜଣେ ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ାଇ ଫେରାର ଥିଲେ । ଦିନଯାକର କାମସାରି ସବୁଦିନ ଭଳି ଶନିବାର ରାତିରେ ଓଭରବ୍ରିଜ ତଳେ ବିଶ୍ରାମ ନେଉଥିଲେ ଶ୍ରମିକ ଜଣକ । ଯମଦୂତ ଭଳି ଓଭରସ୍ପିଡରେ ମାଡ଼ି ଆସିଥିଲା ନାଲି ରଙ୍ଗର ଏକ କିଲର କାର୍ । କିଛି ବୁଝିବା ଆଗରୁ ଶ୍ରମିକଙ୍କ ଉପରେ ଚଢ଼ି ଦ୍ରୁତ ଗତିରେ ଛୁ’ ମାରିଥିଲା । ଆଉ ପୂରା କାରନାମା ସିସିଟିଭି କ୍ୟାମେରାରେ କଏଦ ହୋଇ ରହିଥିଲା । ଏହି କିଲର କାରର ସମସ୍ତ ତଥ୍ୟ ପୋଲିସ ପାଇବା ପରେ ଅଭିଯୁକ୍ତର ଠିକଣା ମିଳିଥିଲା । ଆଉ ଅଭିଯୁକ୍ତକୁ ଗିରଫ କରିଥିଲା ।

  • ଭୁବନେଶ୍ୱର ହିଟ୍ ଆଣ୍ଡ ରନ୍
  • ବନ୍ଧା ହେଲା କିଲର୍ ଚାଳକ

ଗାଡ଼ି ଧକ୍କା କରିବା ପରେ କାହିଁକି ଫେରାର ହୋଇଯାଇଥିଲେ ଏହି କିଲର କାର୍ର ମାଲିକ । ଫେରାର ହେବା ପରେ ଭୁବନେଶ୍ୱର ବାହାରକୁ ଯାଇ ଏ ସହରରୁ ସେ ସହରକୁ ଘୁରି ବୁଲୁଥିଲେ । ଭୁବନେଶ୍ୱର ଆସିବା ମାତ୍ରେ ମାଡ଼ି ବସିଥିଲା କ୍ୟାପିଟାଲ ଥାନା ପୋଲିସ । ତେବେ ଏଠି ପ୍ରଶ୍ନ ଉଠୁଛି…..

  • ଦୁର୍ଘଟଣା ପରେ କାହିଁକି ଫେରାର ହୋଇଗଲେ ବିକାଶ?
  • ଶ୍ରମିକ ମୃତ ନା ଜୀବିତ ଜାଣିବା ପାଇଁ ଚାହିଁଲେ ନାହିଁ କାହିଁକି?
  • କୁଆଡ଼େ ଗଲା ବ୍ୟାଙ୍କ ଏଜିଏମଙ୍କ ମଣିଷ ପଣିଆ?
  • ଏଠାରେ ଭୁଲ୍ କାହାର ଥିଲା?

ଅଭିଯୁକ୍ତ ବିକାଶଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି କ୍ୟାପିଟାଲ ଥାନା ପୋଲିସ ।