କନକ ବ୍ୟୁରୋ : କିଟ ରୋଡ,ରଲଟି ଛକ । ଯମଦୂତ ଭଳି ମାଡି ମାଡି ଚାଲିଥାଏ କାର । ହୋଣ୍ଡା କାରଟିର ବେଗ ଦେଖି ବାଟ ଛାଡି ଦେଇଥିଲେ ରାସ୍ତାରେ ଯାଉଥିବା ଲୋକେ । ଯିଏ ଯୁଆଡେ ପାରିଲା ଛିନଛତ୍ର ହୋଇ ଦୌଡୁଥିଲେ । ରାଜଧାନୀରେ ଆତଙ୍କ ଖେଳାଇଥିବା ଏହି ରକ୍ତମୁଖା କାରଟି ୟୁପି ଆରଟିଓ ରେଜିଷ୍ଟ୍ରେସନ ରହିଥିଲା । ୟୁପିର ଗାଡି ନଂ UP-80-DW 4806 । ଗାଡି ଭିତରେ ବସିଥିଲେ ଜଣେ ପାଖାପାଖି ୫୦ ବର୍ଷୀୟ ବ୍ୟକ୍ତି । ଦୁର୍ଘଟଣା ଘଟାଇ ଏକାଧିକ ଲୋକଙ୍କୁ ଲହୁ ଲୁହାଣ କରିବା ପରେ, କାର ଆଗରେ ପଡିଥିବା ସ୍କୁଟିକୁ କାର ସହିତ ଘୋଷାଡି ନେଇଥିଲେ । ସ୍କୁଟିକୁ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ଘେଷାଡି ନେଇଥିଲା । ଗାଡିଟି ଏତେ ଜୋରରେ ଯାଉଥିଲା ଯେ, ସ୍କୁଟିଟି ପିଚୁ ରାସ୍ତାରେ ଘଷି ହୋଇ ନିଆଁ ବାହାରି ଥିଲା । ହେଲେ, ଅଟକି ନଥିଲେ ଚାଳକ । ତେବେ ରାସ୍ତାରେ ସ୍ପିଡ ବ୍ରେକ ନଥିବାରୁ ଗାଡିଟି, ବିନା ବାଧାରେ ଦୀର୍ଘ ୨କିଲୋମିଟର ପର୍ଯ୍ୟନ୍ତ ସ୍କୁଟିକୁ ଘୋଷାଡି ନେଇଥିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ଗାଡି ଦୁର୍ଘଟଣା ଯୋଗୁଁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଥିବା ଏହି ବରିଷ୍ଠ ନାଗରିକ ଏବେ ଶଯ୍ୟାଶାୟୀ । ନାଁ କଣ୍ଡୁରୀ ଚରଣ ସ୍ୱାଇଁ । ଭଲରେ କଥା କହି ପାରୁ ନାହାଁନ୍ତି । କାରଟି ହାଠାତ ପଛ ପଟରୁ ତାଙ୍କ ସ୍କୁଟିକୁ ଧକ୍କା ଦେବାରୁ ପଛପଟ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅଂଟା, ପିଠି, କାନ୍ଧରେ ଗଭୀର ଆଘାତ ଲାଗିବା ସହ ଆଖି ମାଡ ହୋଇ କଳା ପଡି ଯାଇଛି । କିଛି ଖାଇଲେ ବାନ୍ତି ହୋଇ ଯାଉଛି । ସିଟିସ୍କାନ କରାଇ ବିଛଣାରେ ପଡି ରହିଛନ୍ତି ଏହି ବ୍ୟକ୍ତି ଜଣକ । କେବଳ ଏହି ଜଣେ ନୁହଁନ୍ତି କିଲର କାରରେ ଆହୁରି ବ୍ୟକ୍ତି ବିଶେଷ ମଧ୍ୟ ହସ୍ପିଟାଲ ବେଡରେ ଥିବା ସେ କହିଛନ୍ତି ।

ଦୁର୍ଘଟଣା ଘଟାଇ ଥିବା କିଲର କାରକୁ ପୁଲିସ ଜବତ କରିଛି । ଏବଂ କାର ଭିତରେ ଥିବା ବ୍ୟକ୍ତିଙ୍କୁ ଇନଫେସିଟି ଥାନା ପୁଲିସ ପଚରା ଉଚରା କରୁଛି । ଦୁଇ ଦିନ ତଳେ ଜାଗମରା ନୂଆରୋଡରେ ଖଣ୍ଡା ବୁଲିଥିଲା, ବୁଧବାର ରାତିରେ କିଟ୍ ରୋଡରେ ଆତଙ୍କ ଖେଳାଉଲା କିଲର କାର । ପ୍ରଶ୍ନ ଉଠୁଛି
- ରାଜଧାନୀ ରାଜରାସ୍ତାରେ ଚାଲିଛି କଣ?
- କୁଆଡେ ଗଲା ପୋଲିସର ପାଟ୍ରୋଲିଙ୍ଗ ବ୍ୟବସ୍ଥା?