‘ଓଡିଶା ଇତିହାସ’ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ହିନ୍ଦୀରେ ଅନୁବାଦ ହୋଇଛି ଓଡିଶା ଇତିହାସର ପୁସ୍ତକ ।

290

କନକ ବ୍ୟୁରୋ: ‘ଓଡିଶା ଇତିହାସ’ ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ହିନ୍ଦୀରେ ଅନୁବାଦ ହୋଇଛି ଓଡିଶା ଇତିହାସର ପୁସ୍ତକ । ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଦ୍ୱାରା ରଚିତ ହୋଇଥିଲା ଏହି ପୁସ୍ତକ । ଏହି ଉନ୍ମୋଚନ ଉତ୍ସବରେ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୃହରି ମହତାବ ।

ଦିଲ୍ଲୀ ଜନପଥ ଆମ୍ବେଦକର ଇଂଟନ୍ୟାସନାଲ ସେଂଟରରେ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚନ କରାଯାଇଛି । ଏହି ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଛନ୍ତି ବିଜେବି କଲେଜର ଅବସରପ୍ରାପ୍ତ ହିନ୍ଦୀ ଅଧ୍ୟାପକ ଡକ୍ଟର ଶଙ୍କରଲାଲ ପୁରୋହିତ । ହରେକୃଷ୍ଣ ମହତାବ ଫାଉଣ୍ଡେସନ ପକ୍ଷରୁ ପୁସ୍ତକ ପ୍ରକାଶିତ ହୋଇଛି ।

ଡ. ହରେକୃଷ୍ଣ ମହତାବ ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ସେ ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ୟ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ୧୯୪୨ରୁ ୧୯୪୫ ପର୍ୟ୍ୟନ୍ତ ଦୁଇ ବର୍ଷରୁ ଅଧିକ ସମୟ ଧରି ଅହମ୍ମଦନଗର ଦୁର୍ଗ ଜେଲରେ ଥିବା ସମୟରେ ‘ଓଡ଼ିଶା ଇତିହାସ’ ପୁସ୍ତକ ରଚନା କରିଥିଲେ।