ଇତିହାସ ପୃଷ୍ଠାରୁ ଭାରତୀୟ ନୋଟ୍ ର ରୋଚକ କଥା ! ଗାନ୍ଧିଜୀଙ୍କ ପୂର୍ବରୁ ଭାରତୀୟ ନୋଟ୍ ରେ ସ୍ଥାନ ପାଇଥିଲା ଏହି ବ୍ୟକ୍ତିବିଶେଷଙ୍କ ଛବି ।

372

ଭାରତୀୟ ନୋଟ ଇତିହାସ ଖୁବ୍ ରୋଚକଜନକ । ବର୍ତ୍ତମାନ ନୋଟ୍ ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଛବି ଛପୁଥିବା ବେଳେ ପୂର୍ବରୁ ଅନ୍ୟ ଛବି ଛପୁଥିଲା । ଇତିହାସ ପୃଷ୍ଠାରୁ ଜାଣିବାକୁ ମିଳେ ଯେ ଗାନ୍ଧିଜୀଙ୍କ ଜନ୍ମ ଶତାବ୍ଦୀ ଅବସରରେ ତାଙ୍କ ଫଟୋ ଛପା ହୋଇଥିଲା । କିନ୍ତୁ ପୂର୍ବରୁ ଏପରି ନଥିଲା । ମହାତ୍ମା ଗାନ୍ଧୀଙ୍କ ପୂର୍ବରୁ ଅନ୍ୟ ବ୍ୟକ୍ତିବିଶେଷଙ୍କ ଫଟୋ ନୋଟ୍ ରେ ସ୍ଥାନ ପାଇସାରିଛି । ତେବେ ମନରେ ପ୍ରଶ୍ନ ଉଠେ ଗାନ୍ଧିଜୀଙ୍କ ଆଗରୁ କେଉଁମାନଙ୍କ ଫଟୋ ଭାରତୀୟ ନୋଟରେ ସ୍ଥାନ ପାଇଥିଲା । ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ ।

– ୧୫୧୦ ରେ ପର୍ତ୍ତୁଗାଲୀ ଆସି ଗୋଆ ଉପରେ କବଜା କରିଥିଲେ । ଏଥି ସହିତ ସେମାନେ ନୋଟର କରେନ୍ସି ଆରମ୍ଭ କରିଥିଲେ ।

– ଗୋଆରେ ପର୍ତ୍ତୁଗାଲ ଇଣ୍ଡିଆ ନାମରେ ନୋଟ ଛପା ହେଉଥିଲା , କାରଣ ସ୍ୱାଧୀନତା ପରେ ମଧ୍ୟ ଏହା ପର୍ତ୍ତୁଗାଲ ଅଧୀନରେ ଥିଲା ।

– ଏହି ନୋଟକୁ ଏକ୍ସୁଡୋ ନାମରେ ନାମିତ କରାଯାଇଥିଲା । ଗୋଆରେ ଏହି ନୋଟ ଉପରେ ପର୍ତ୍ତୁଗାଲ ରାଜାଙ୍କ ଫଟୋ ସ୍ଥାନ ପାଇଥିଲା , ଯାହାଙ୍କ ନାମ ଥିଲା ରାଜା ଜାଁର୍ଜ ଦ୍ୱିତୀୟ ।

– ସେହିଭଳି ହାଇଦ୍ରାବାଦର ନିଜାମ ନିଜର ନୋଟ ଛାପିବା ଆରମ୍ଭ କଲେ । ୧୯୧୭-୧୮ ରେ ତାଙ୍କୁ ଏହି ଅଧିକାର ପ୍ରାପ୍ତ ହୋଇଥିଲା । ସେ ଯେଉଁ ନୋଟ ଛାପୁଥିଲେ , ସେହି ନୋଟ ପଛ ଭାଗରେ ସିକ୍କା (ମୁଦ୍ରା)ର ଆକୃତି ରହିଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୧୯୩୮ ରେ ପ୍ରଥମ ଥର ୫ ଟଙ୍କିଆ ନୋଟ ଜାରି କରିଥିଲା । ଯାହା ଉପରେ ଜାଁର୍ଜ ଭିଆଙ୍କ ଫଟୋ ଛପା ହୋଇଥିଲା । ଏହା ପରେ ୧୯୩୮ ଫେବୃଆରୀରେ ୧୦ ଟଙ୍କିଆ , ମାର୍ଚ୍ଚରେ ୧୦୦ ଓ ୧୦୦୦ ଓ ଜୁନରେ ଦଶ ହଜାର ନୋଟ ଜାରି କରିଥିଲେ । ଏହି ନୋଟଗୁଡିକ ଉପରେ ସର ଜେମ୍ସ ଟେଲରଙ୍କ ହସ୍ତାକ୍ଷର ରହିଥିଲା । ଜାଁର୍ଜ ଭିଆ, ୟୁନାଇଟେଡ କିଙ୍ଗଡମର ରାଜା ଥିଲେ । ସେ ଜର୍ମାନୀ ବିରୁଦ୍ଧରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରୁ ବେଶ୍ ପରିଚିତ ଥିଲେ । ସ୍ୱାଧୀନତା ପରେ ଯେତେବେଳେ ପ୍ରଥମ ଥର ୧୯୪୯ରେ ଭାରତରେ ନୋଟ ଛପାହୋଇଥିଲା , ସେତେବେଳେ ଜାଁର୍ଜ ଭିଆଙ୍କ ଫଟୋ ବଦଳରେ ଭାରତୀୟ ନୋଟ ଉପରେ ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭର ଫଟୋ ଛପାଯାଇଥିଲା ।

ଭାରତୀୟ ରିଜର୍ଭ ବ୍ୟାଙ୍କ –

– ସ୍ୱାଧୀନତା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକଙ୍କ ଆଶା ଭରସା ଅତୁଟ ରହିଆସିଛି ।

– ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ଥାପନ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧିନିୟମ, ୧୯୩୪ର ପ୍ରାବଧାନ ଅନୁସାରେ ୧ ଏପ୍ରିଲ , ୧୯୩୫ରେ ହୋଇଥିଲା ।

– ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ କାର୍ଯ୍ୟାଳୟ ପ୍ରଥମେ କୋଲକାତାରେ ସ୍ଥାପନ କରାଯାଇଥିଲା । ଯାହାକୁ ୧୯୩୭ ରେ ସ୍ଥାୟୀ ଭାବେ ମୁମ୍ବାଇକୁ ସ୍ଥାନାନ୍ତରିତ କରାଯାଇଥିଲା ।

– କେନ୍ଦ୍ରୀୟ କାର୍ଯ୍ୟାଳୟରେ ମୁଖ୍ୟ ଗଭର୍ଣ୍ଣର ଅଟନ୍ତି , ଯିଏ ନୀତି ନିର୍ଦ୍ଧାରିତ କରନ୍ତି ।

– ସର ଜେମ୍ସ ବ୍ରୈଡ ଟ୍ରେଲରଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କ ଅଧ୍ୟାଦେଶ ପାରିତ କରାଇବାରେ ବଡ ଯୋଗଦାନ ରହିଛି । ସେ ଆରବିଆଇର ଦ୍ୱିତୀୟ ଗଭର୍ଣ୍ଣର ଥିଲେ । ସେ ଦେଶରେ ଚାନ୍ଦି ପଇସାର ପ୍ରଚଳନ ବନ୍ଦ କରାଇ କରେନ୍ସି ନୋଟର ପ୍ରଚଳନ ଆରମ୍ଭ କରିଥିଲେ । ପ୍ରଥମ ଥର ତାଙ୍କ ହସ୍ତାକ୍ଷର ନୋଟ ଉପରେ ଛପା ହୋଇଥିଲା ।

ନୋଟ ସମ୍ବନ୍ଧିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ –

– ୧୯୨୩ ରେ ୧ , ଦେଢ ଟଙ୍କା , ୧୦, ୫୦, ୧୦୦, ୧୦୦୦, ୧୦ ହଜାର ନୋଟ ଜାରି ହୋଇଥିଲା ।

– ୧୯୪୦ ରେ ୧ ଟଙ୍କିଆ ନୋଟ ଜାରି କରାଯାଇଥିଲା । ୧୯୫୦ ଯାଏଁ ଜାଁର୍ଜ ଭିଆଇ ସିରିଜର ନୋଟ ଦେଶରେ ପ୍ରଚଳିତ ଥିଲା ।

– ଫ୍ରାନ୍ସିସି ମଧ୍ୟ ଭାରତରେ ନିଜର ମୁଦ୍ରା ପ୍ରଚଳନ କରିଥିଲା । ତାଙ୍କ ମୁଦ୍ରାକୁ ବ୍ୟାଙ୍କ ଅଫ୍ ଇଣ୍ଡୋନେସିଆ ଛାପି ଥିଲା । ସେ ୧,୫ ୫୦ଟଙ୍କିଆ ନୋଟ ଜାରି କରିଥିଲେ ।