ବିକୃତ କରି ଲେଖାଯାଇଥିବା ଭାରତୀୟ ଇତିହାସକୁ ପୁଣି ଥରେ ଲେଖିବାକୁ ଆମକୁ କେହି ଅଟକାଇପାରିବେ ନାହିଁ : ଅମିତ ଶାହା

1,503

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଇତିହାସକାରମାନଙ୍କୁ ଭାରତୀୟ ସନ୍ଦର୍ଭରେ ପୁଣିଥରେ ଇତିହାସ ଲେଖିବାକୁ ଆହ୍ୱାନ କରିଛନ୍ତି । ସେ ଇତିହାସକାରମାନଙ୍କୁ ଆଶ୍ୱାସନା ଦେଇଛନ୍ତି କି ପୁଣିଥରେ ଭାରତୀୟ ଇତିହାସ ଲେଖିବାରେ ସେମାନଙ୍କୁ ସରକାରଙ୍କ ସମର୍ଥନ ରହିବ । ଆସାମ ସରକାରଙ୍କ ଦ୍ୱାରା ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଯୋଗଦେଇ କହିଥିଲେ କି, ମୁଁ ଇତିହାସର ଛାତ୍ର, ଅନେକ ଥର ଶୁଣିବାକୁ ମିଳିଛି କି ଆମର ଇତିହାସକୁ ଠିକଭାବେ ଲେଖାଯାଇ ନାହିଁ ଅର୍ଥାତ ଏହାକୁ ଏପଟ ସେପଟ କରି ଲେଖାଯାଇଛି । ଏକଥା ସତ, ହେଲେ ଏବେ ଏହାକୁ ଆମକୁ ଠିକ କରିବାକୁ ପଡିବ ।

୧୭ଶହ ଶତାବ୍ଦୀର ଜେନେରାଲ ଲଚିତ ବାରଫୁକନଙ୍କ ୪୦୦ତମ ଜୟନ୍ତୀରେ ଆୟୋଜିତ ୩ ଦିନିଆ ସମାରୋହର ଦ୍ୱିତୀୟ ଦିନରେ ଗୃହମନ୍ତ୍ରୀ କହିଥିଲେ କି , ‘ମୁଁ ଆପଣଙ୍କୁ ପଚାରୁଛି ଆମର ଇତିହାସକୁ ଠିକ ଢଙ୍ଗ ଓ ଗୌରବଶାଳୀ ଢଙ୍ଗରେ ପ୍ରସ୍ତୁତ କରିବାକୁ ଆମକୁ କିଏ ରୋକିପାରିବ ’

ସେ ଆହୁରି କହିଛନ୍ତି କି ଲୋକଙ୍କର ଏକ ବୃହତ ଲାଭକୁ ଦୃଷ୍ଟିରେ ରଖି ଇତିହାସକୁ ପୁଣିଥରେ ବୁଝିବାକୁ ପଡିବ । ମୁଗଲ ସାମ୍ରାଜ୍ୟର ବିସ୍ତାରକୁ ରୋକିବା ପାଇଁ ଲଚିତଙ୍କ ଭୂମିକାକୁ ଉଲ୍ଲେଖ କରି ଶାହା କହିଛନ୍ତି କି ଲଚିତ ସରିଆଘାଟ ଯୁଦ୍ଧରେ ନିଜର ଖରାପ ସ୍ୱାସ୍ଥ୍ୟବସ୍ଥା ଥାଇ ବି ମୋଗଲକୁ ପରାସ୍ତ କରିଥିଲେ ।