ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ବିଶ୍ୱ ରେକର୍ଡ । ଲଗାତର ଭାବେ ଜିତିଲା ୨୨ ତମ ଏକଦିବସୀୟ ମ୍ୟାଚ୍ । ରିକି ପଟିଂ ଙ୍କୁ ବି ପଛରେ ପକାଇଲା ଟିମ୍

165

କନକ ବ୍ୟୁରୋ : ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଇତିହାସ ରଚିଛି । ଦଳ ନ୍ୟୁଜିଲାଣ୍ଡ ବିରୋଧରେ ପ୍ରଥମ ମ୍ୟାଚରେ ୬ ୱିକେଟରେ ବିଜୟଲାଭ କରି ନିଜ ନାମରେ ବିଶ୍ୱ ରେକର୍ଡ କରିଛି । ଏହା ଅଷ୍ଟ୍ରେଲିଆ ମହିଳା ଦଳର କ୍ରମାଗତ ୨୨ ତମ ବିଜୟ   । ଆଜିଯାଏ କୌଣସି କ୍ରିକେଟ ଟିମ୍ (ପୁରୁଷ/ମହିଳା) ଲାଗତର ଭାବେ ୨୨ ଟି ମ୍ୟାଚ୍ ଜିତିନାହିଁ । ଏହାପୂର୍ବରୁ ରିକି ପଟିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଟିମ୍ ଲଗାତର ଭାବେ ୨୧ ଟି ଏକଦିବସୀୟ ମ୍ୟାଚ୍ ଜିତିଥିଲା । ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ୨୦୦୩ ରେ ଏଭଳି କୃତିତ୍ୱ ଅର୍ଜନ କରିଥିଲା ।
୨୦୧୮ ମସିହାରୁ ଅଷ୍ଟ୍ରେଲିଆ ମହିଳାଟିମ୍ ୨୦୧୮ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୨୧ ଟି ଏକଦିବସୀୟ ମ୍ୟାଚରେ ବିଜୟ ହାସଲ କରିଛି । ଏହା ମଧ୍ୟରେ ଭାରତ ବିପକ୍ଷରେ ୩ ଟି, ପାକିସ୍ତାନ ବିପକ୍ଷରେ ୩ ଟି, ଇଂଲଣ୍ଡ ବିପକ୍ଷରେ ୩, ୱେଷ୍ଟଇଣ୍ଡିଜ ବିପକ୍ଷରେ ୩ ଓ ଶ୍ରୀଲଙ୍କା ବିରୋଧରେ ୩ ଟି ମ୍ୟାଚ ଜିତିଛି । ଏହାସହ ନ୍ୟୁଜିଲାଣ୍ଡକୁ ସବୁଠାରୁ ଅଧିକ ୭ ଟି ମ୍ୟାଚରେ ହରାଇଛି ଟିମ୍ ।