କନକ ବ୍ୟୁରୋ: ବିହାର ନାଳନ୍ଦା ବିଶ୍ୱବିଦ୍ୟାଳର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାର୍ଯ୍ୟକ୍ରମରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହ ୧୭ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ । ୪୫୫ ଏକର ଜମିରେ ୧୭୪୯ କୋଟି ବ୍ୟୟରେ ଏହି ନୂଆ କ୍ୟାମ୍ପସ ନିର୍ମାଣ କରାଯାଇଛି । ୪୦ କ୍ଲାସରୁମ ଓ ୧୮୯୦ ଛାତ୍ରଛାତ୍ରୀ ଏଠାରେ ପାଡ ପଢ଼ିବେ । ୨୦ରୁ ଅଧିକ ରାଷ୍ଟ୍ରର ନେକ ଛାତ୍ରଛାତ୍ରୀ ନାଳନ୍ଦାରେ ଅଧ୍ୟୟନ କରୁଛନ୍ତି । ସବୁଠୁ ବଡ କଥା ହେଉଛି ୧୦୦ଏକର ଜମିରେ ପୋଖରୀ ଓ ଜଳ ସଂଜୟ ବ୍ୟବସ୍ଥା ରହିଛି । ୧୬ଶହ ବର୍ଷ ପୁରୁଣା ବିହାର ରାଜଗିରୀ ଜିଲ୍ଲାରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ବିଶ୍ୱର ସବୁଠୁ ବଡ ବିଶ୍ୱବିଦ୍ୟାଳୟ ଥିଲ । ପରେ ବିଦେଶୀ ଶତ୍ରୁଙ୍କ ଆକ୍ରମଣ ଦ୍ୱାରା ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ବିଶ୍ୱବିଦ୍ୟାଳୟକୁ ପୁନଃଉଦ୍ଧାର କରି ବିଜେପି ସରକାର ୨୦୧୭ରେ ନିର୍ମାଣ କାମ କରିଥିଲେ । ତେବେ ଏହାକୁ ଉଦଘାଟନ କରିବା ପୂର୍ବରୁ ମୋଦୀ ବିଶ୍ୱବିଦ୍ୟାଳୟର ଭଗ୍ନାବେଶର ପରିଦର୍ଶନ କରିଥିଲେ । ଉଦଘାଟନ ସମୟରେ ମୋଦୀ କହିଛନ୍ତି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ଗୌରବମୟ ଇତିହାସ ସହିତ ନାଳନ୍ଦାର ଗଭୀର ସର୍ମ୍ପକ ରହିଛି । ନାଳନ୍ଦା କେବଳ ଏକ ନାଁ ନୁହେଁ ପରିଚୟ ଅଟେ ।