ଆଜିଠୁ ଆରମ୍ଭ ଐତିହାସିକ ବାଲିଯାତ୍ରା । ୮ ଦିନ ଧରି ଚାଲିବ ଦେଶର

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କରିବେ ଉଦଘାଟନ

307

କନକ ବ୍ୟୁରୋ: ଉତ୍କଳର ପ୍ରାଚୀନ ନୌବାଣିଜ ପରମ୍ପରା ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ ହେଉଛି କଟକ ବାଲିଯାତ୍ରା । ଆଜିଠାରୁ ଆରମ୍ଭ ହେଉଛି ଏହି ପ୍ରସିଦ୍ଧ ବାଲିଯାତ୍ରା । ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ମହାନଦୀର ପଠାରେ ଚାଲିବ ଏହି ଉତ୍ସବ । ଏହି ପ୍ରସିଦ୍ଧ ଉତ୍ସବ ପାଇଁ ଆସନ୍ତା ୮ ଦିନ ସାରା କଟକ ସହର ଦୁଲୁକିବ । ଚଳିତ ବର୍ଷର ଏହି ଐତିହାସଲିକ ବାଲିଯାତ୍ରାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଏହା ସହ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୁର୍ଯ୍ୟୋଦିପୁର ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ଦୋକାନ ସହ ମନୋରଂଜନ ପାଇଁ ୪ଟି ମଂଚ ପ୍ରସ୍ତୁତ କରାଯାଇଛି । ପ୍ରଥମ ଦିନରେ ବିଶିଷ୍ଟ ଗାୟିକା ସୋନା ମହାପାତ୍ର ଓ ରୁତୁରାଜ ମହାନ୍ତିଙ୍କ କାର୍ଯ୍ୟକ୍ରମ ରହିଛି । ବାଲିଯାତ୍ରାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ସହ ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ପୋଲିସ ।