ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା : ଦେଶ ହକି ଟିମକୁ ନେଇ ଗର୍ବିତ

99

କନକ ବ୍ୟୁରୋ : ଭାରତର ଐତିହାସିକ ବିଜୟ ପରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରୋଂଜ ଜିତିଥିବାରୁ ଶୁଭେଚ୍ଛା ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନ ସବୁ ଭାରତୀୟଙ୍କ ପାଇଁ ଐତିହାସିକ ଦିନ । ଭାରତୀୟ ହକି ଟିମ୍ ପାଇଁ ଦେଶ ଗର୍ବିତ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଇଂରାଜୀରେ ଲେଖିଛନ୍ତି ବ୍ରିଲିଆଂଟ ଇନ୍ ବ୍ଲୁ । ଭାରତୀୟ ଦଳ ଦେଶ ପାଇଁ ୪୧ ବର୍ଷ ପରେ ପଦକ ଆଣିଛନ୍ତି । ଏହି ଐତିହାସିକ ବିଜୟ ଖେଳାଳିଙ୍କ ପାଇଁ ପ୍ରେରଣା ଯୋଗାଇବ । ଏହା ସହ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ।

ଠିକ୍ ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାରତୀୟ ହକିଦଳର ପୂର୍ବତନ ଅଧିନାୟକ ଦୀଲିପ ତିର୍କୀ ମଧ୍ୟ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଆ ଖେଳାଳି ରାଜ୍ୟକୁ ଫେରିଲେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ ବୋଲି ସୂଚନା ମିଳିଛି। ତା’ଛଡ଼ା ଆଜି ଦିନ ୧ଟା ବେଳେ କଳିଙ୍ଗ ଷ୍ଟାଡିୟମରେ ପଦକ ବିଜୟ ଲାଗି ଉତ୍ସବ ପାଳନ କରାଯିବ । ଯେଉଁଥିରେ, କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, କ୍ରୀଡ଼ା ମନ୍ତ୍ରୀ ଓ ଦିଲ୍ଲୀପ ତିର୍କୀ ପ୍ରମୁଖ ଯୋଗ ଦେବେ ।