କନକ ବ୍ୟୁରୋ: ହରିୟାଣାରେ ବିଜେପିକୁ ବଡ ଝଟକା । ଦଳ ଛାଡିଲେ ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ । ହିସାର ଲୋକସଭା ଆସନରୁ ବିଜେପି ସାଂସଦ ଥିବା ବ୍ରିଜେନ୍ଦ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ଖୁବଶୀଘ୍ର ସେ କଂଗ୍ରେସ ଦଳରେ ସାମିଲ ହେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏକ୍ସରେ ଟୁଇଟ୍ କରି ବ୍ରିଜେନ୍ଦ୍ର ଲେଖିଛନ୍ତି ଯେ, ରାଜନୈତିକ କାରଣ ହେତୁ ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି । ସାଂସଦ ଭାବେ ସେବା କରିବାର ଅବସର ଦେଇଥିବାରୁ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ରିଜେନ୍ଦ୍ର ।
I have resigned from the primary membership of BJP,due to compelling political reasons.
I extend gratitude to the party, National President Sh. JP Nadda, Prime Minister Sh. Narendra Modi, & Sh Amit Shah for giving me the opportunity to serve as the Member of Parliament for Hisar.— Brijendra Singh (@BrijendraSpeaks) March 10, 2024
ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ହିସାରରୁ ଲୋକସଭା ନିର୍ବାଚନ ଜିତିଥିବା ସାଂସଦ ବ୍ରିଜେନ୍ଦ୍ର ସିଂହ ବିଜେପିରେ ନିଜର ଭବିଷ୍ୟତକୁ ନେଇ ଆଶା ଆଶଙ୍କାରେ ଥିଲେ । ଦଳ ତାଙ୍କୁ ଏଥର ଟିକେଟ୍ ଦେଇନପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ତେଣୁ ନିର୍ବାଚନ ଘୋଷଣା ହେବା ପୂର୍ବରୁ ସେ କଂଗ୍ରେସରେ ସାମିଲ ହେଇପାରନ୍ତି ବୋଲି କୁହାଯାଉଛି । ଗତ ସାଧାରଣ ନିର୍ବାଚନରେ ସେ ଜେଜେପିର ଦୁଷ୍ମନ୍ତ ଚୌଟାଲାଙ୍କୁ ହରାଇଥିଲେ । ଆଉ ବିଜେପି ସାଂସଦ ଭାବେ ନିର୍ବାଚିତ ହେଇଥିଲେ ।