ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ୟାଶ୍ରୀ : ସିବିଆଇ ତଦନ୍ତ ପାଇଁ ନିବେଦନ; ସେପଟେ ଆଜି ଆଦିତ୍ୟଙ୍କ ସହଯୋଗୀଙ୍କ କରାଯାଉଛି ଲାଇ ଡିଟେକ୍ସନ ଟେଷ୍ଟ

153

କନକ ବ୍ୟୁରୋ : ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି । ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ସେପଟେ, ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଦିତ୍ୟଙ୍କ ସହଯୋଗୀଙ୍କ  କରାଯାଉଛି ଳାଇ ଡିଟେକ୍ସନ ଟେଷ୍ଟ ।  ବନ୍ଧୁ ପପୁ, ବିକାଶ,ଦୀପକଙ୍କ ଲାଇ ଡିଟେକ୍ଟନ ଟେଷ୍ଟ କରାଯାଇଛି । ଭୁବନେଶ୍ୱର ଫରେନସିକ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉଛି । ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀଙ୍କୁ ୪୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିଲା ।

ବିଦ୍ୟାଶ୍ରୀଙ୍କୁ ୫ ଘଂଟାରୁ ଅଧିକ ସମୟ ଧରି କ୍ରାଇମବ୍ରାଂଚ ପଚରାଉଚରା କରିଥିଲା । ଆଦିତ୍ୟଙ୍କ ସହ ସାକ୍ଷାତଠାରୁ ଘଟଣା ଦିନ ରାତି ଯାଏ ସବୁ ବିଷୟରେ ବିଦ୍ୟାଶ୍ରୀଙ୍କୁ ହୋଇଥିଲା ପଚରାଉଚରା । ପରସ୍ପରକୁ କେବେ ଦେଖା ହୋଇଥିଲେ, ତାଙ୍କ ଭିତରେ ସମ୍ପର୍କ କ’ଣ ଥିଲା । ଆଦିତ୍ୟଙ୍କ ମୃତ୍ୟୁ ଦିନ ଆଦିତ୍ୟଙ୍କ ସହ ଥିଲେ କି ନାହିଁ । ଅନ୍ୟ କେହି ଆଦିତ୍ୟଙ୍କ ଶତ୍ରୁ ଥିଲେ କି ନାହିଁ । ଏହା ସହ ମୃତ୍ୟୁର ୨୪ ଘଂଟାର ପୂର୍ବରୁ ଦୁହିଁଙ୍କ ମଧ୍ୟରେ କ’ଣ ଘଟିଥିଲା । ପୂର୍ବରୁ କୌଣସି କାରଣରୁ ଆଦିତ୍ୟ ଡ଼ିପ୍ରେସନରେ ଥିଲେ କି ନାହିଁ । ଆଦିତ୍ୟ ଷ୍ଟେସନ ଯାଇଥିଲେ ବୋଲି ଆପଣ କେମିତି ଜାଣିଲେ । ଷ୍ଟେସନରେ କେମିତି ପହଂଚିଥିଲେ, ଆଦିତ୍ୟକୁ କେମିତି ଖୋଜାଖୋଜି କରୁଥିଲେ । ଏପରିକି ଆଦିତ୍ୟ ଆତ୍ମହତ୍ୟା କରିବାକୁ ଯାଇଥିଲେ ଏ ବିଷୟରେ ଆପଣଙ୍କୁ ଜଣାଥିଲା କି ନାହିଁ ଏଭଳି ଅନେକ ପ୍ରଶ୍ନ ଗତକାଲି ଲାଇ ଡ଼ିଟେକ୍ସନରେ ବିଦ୍ୟାଶ୍ରୀ ପଚରା ଯାଇଛି ।