କନକ ବ୍ୟୁରୋ: ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ନିର୍ବାଚନ ସତ୍ୟପାଠରେ ନେତାଙ୍କ ସମ୍ପତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଆସିଛି । ସମ୍ବଲପୁର ଲୋକସଭା ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ତାଙ୍କ ପତ୍ନୀ ଧନୀ । ୧ କୋଟି ୩୯ ଲକ୍ଷ ୫୩ ହଜାର ଟଂକାର ଅସ୍ଥାବର ସଂପତିର ମାଲିକ ଧର୍ମେନ୍ଦ୍ର ପ୍ରଧାନ । ସେହପରି ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ୨ କୋଟି ୫ ଲକ୍ଷ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ମନ୍ମଥଙ୍କ ପାଖରେ ୧୦ କୋଟିରୁ ଅଧିକ ସ୍ଥାବର, ଅସ୍ଥାବର ସମ୍ପତ୍ତି ରହିଛି ।
ଧର୍ମେନ୍ଦ୍ର ପ୍ରଧାନ ପ୍ରପର୍ଟି-
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠୁ ଧନୀ ତାଙ୍କ ପତ୍ନୀ ମୃଦୁଳା ଠାକୁର
ଧର୍ମେନ୍ଦ୍ରଙ୍କ ପାଖରେ ନଗଦ ୩୫ ହଜାର ଟଙ୍କା ରହିଛି
୧୩ ଲକ୍ଷ ୫୦ ହଜାର ଟଙ୍କାର ଅଳଙ୍କାର ମଧ୍ୟ ରହିଛି
୨୦୧୧ ମସିହାରେ କିଣାଯାଇଥିବା ୧୦ ଲକ୍ଷ ଟଙ୍କାର ଏକ ଗାଡ଼ି ରହିଛି
୧ କୋଟି ୩୯ ଲକ୍ଷ ୫୩ ହଜାର ୩୩୨ ଟଙ୍କାର ଅସ୍ଥାବର ସମ୍ପତ୍ତି
୯୨ ଲକ୍ଷ ୫୦ ହଜାରର ସ୍ଥାବର ସମ୍ପତ୍ତି
୩୨ ଲକ୍ଷ ୭୯ ହଜାର ୮୬୧ ଟଙ୍କାର ଋଣ ମଧ୍ୟ ରହିଛି
ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ମୃଦୁଳା ଠାକୁରଙ୍କ ପାଖରେ ନଗଦ ୪୦ ହଜାର ଟଙ୍କା
୩୫ ଲକ୍ଷ ମୂଲ୍ୟର ଅଳଙ୍କାର, ୬୭ଲକ୍ଷ ୭୭ ହଜାର ଟଙ୍କାର ଗାଡ଼ି
୨ କୋଟି ୯୫ ଲକ୍ଷ ୪୮ ହଜାର ୫୭୫ ଟଙ୍କାର ସମ୍ପତ୍ତି ଅଛି
୧ କୋଟି ୩୭ ଲକ୍ଷ ୭୫ ହଜାର ଟଙ୍କାର ସ୍ଥାବର ସମ୍ପତ୍ତି
୨୦ ଲକ୍ଷ ୫୭ ହଜାର ୯୨୦ ଟଙ୍କାର ଋଣ ରହିଛି
୨୦୨୨-୨୩ରେ ଧର୍ମେନ୍ଦ୍ରଙ୍କ ଆୟ ୧୨ ଲକ୍ଷ ୭୪ ହଜାର ୮୩୫ ଟଙ୍କା
ମୃଦୁଳାଙ୍କ ବାର୍ଷିକ ଆୟ ୪୯ ଲକ୍ଷ ୯୨ ହଜାର ଟଙ୍କା
ଅପରାଜିତା ପ୍ରପର୍ଟି-
ଅପରାଜିତାଙ୍କ ୨ କୋଟି ୫ ଲକ୍ଷ ଟଙ୍କାର ସ୍ଥାବର, ଅସ୍ଥାବର ସମ୍ପତ୍ତି ରହିଛି
ପାଖରେ ରହିଛି ନଗଦ ୨ ଲକ୍ଷ ଟଙ୍କା
ବିଭିନ୍ନ ବ୍ୟାଙ୍କରେ ରହିଛି ୫୮ଲକ୍ଷ ଟଙ୍କା ରହିଛି
ଅପରାଜିତାଙ୍କ ୧୦ ଲକ୍ଷ ମୂଲ୍ୟର ଏକ କାର୍ ରହିଛି
୧୧୫୦ ଗ୍ରାମର ବିଭିନ୍ନ ଅଳଙ୍କାର ରହିଛି
ଅଳଙ୍କାରର ମୂଲ୍ୟ ପ୍ରାୟ ୭୪ ଲକ୍ଷ ଟଙ୍କା ହେବ
ଅପରାଜିତାଙ୍କ ନାଁରେ କୌଣସି ବ୍ୟବସାୟିକ କୋଠା ନାହିଁ
ତାଙ୍କ ନାଁରେ କୌଣସି ଋଣ ମଧ୍ୟ ନାହିଁ
୨୦୨୨-୨୩ରେ ଅପରାଜିତାଙ୍କ ଆୟ ୨୪ ଲକ୍ଷ ୨୨ ହଜାର ୩୩୦ ଟଙ୍କା
ମନ୍ମଥ ପ୍ରପର୍ଟି-
ମନ୍ମଥଙ୍କ ୧୦ କୋଟିରୁ ଅଧିକ ସ୍ଥାବର, ଅସ୍ଥାବର ସମ୍ପତ୍ତି ରହିଛି
ତାଙ୍କ ନାଁରେ ଥିବା ସ୍ଥାବର ସମ୍ପତ୍ତିର ପରିମାଣ ୬କୋଟି ୫୬ ଲକ୍ଷ
ମୁମ୍ବାଇରେ ତାଙ୍କର ଏକ ଫ୍ଲାଟ ରହିଛି
ମନ୍ମଥଙ୍କ ନାଁରେ ୩ କୋଟି ୪ଲକ୍ଷ ଟଙ୍କାର ଜମି ରହିଛି
ତାଙ୍କର ଟୟୋଟା ଫର୍ଚୁନର ଓ ହଣ୍ଡାସିଟି ଗାଡ଼ି ରହିଛି
ଦୁଇଟି ଗାଡ଼ିର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଅଧିକ
୨୫୦ଗ୍ରାମର ସୁନା ଗହଣା, ଏହାର ମୂଲ୍ୟ ୧୫ଲକ୍ଷ ଟଙ୍କାରୁ ଅଧିକ
ବିଭିନ୍ନ ବ୍ୟାଙ୍କରେ ଜମା, ଗାଡ଼ି ଓ ସୁନାଗହଣା ମିଶି ୪କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି
ମନ୍ମଥଙ୍କ ପାଖରେ ଅଛି ନଗଦ ୭୮ହଜାର ଟଙ୍କା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/9-2.jpg)