ଆସିଲା ସୌରଭଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ପଢ଼ନ୍ତୁ କ’ଣ କହିଲେ ହସ୍ପିଟାଲ କର୍ତ୍ତୁପକ୍ଷ…

5,028

କନକ ବ୍ୟୁରୋ: ଆପୋଲୋ ଦେଲା ଆଶ୍ୱସ୍ତିକର ଖବର, ଛାତିରେ ଯନ୍ତ୍ରଣା ନେଇ ଚେକ୍-ଅପ୍ କରିବାକୁ ହସ୍ପିଟାଲ ଆସିଛନ୍ତି ସୌରଭ ଗାଙ୍ଗୁଲି । ଏପରିକି ପୂର୍ବଥର ହସ୍ପିଟାଲରେ ଭର୍ତ୍ତି ହେବା ପରଠାରୁ ତାଙ୍କର ପାରାମିଟରରେ କୌଣସି ପରିବର୍ତ୍ତନ ହୋଇନାହିଁ । ସବୁଠାରୁ ବଡ଼କଥା ହେଲା କି, ଦାଦାଙ୍କ ଗୁରୁତ୍ୱପୂର୍ଣ୍ଣ ପାରାମିଟର ଗୁଡ଼ିକ ସ୍ଥିର ରହିଛି ବୋଲି କଲିକତା ଆପୋଲୋ ହସ୍ପିଟାଲ କର୍ତ୍ତୁପକ୍ଷ ଏଏନଆଇ ଖବର ସରବରାହ ସଂସ୍ଥାକୁ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ମଧ୍ୟ ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଗାଙ୍ଗୁଲି । ଯେଉଁଥିପାଇଁ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ।ଗତ ୨ ଜାନୁଆରୀରେ ଛାତିରେ ଯନ୍ତ୍ରଣା କାରଣରୁ ଗାଙ୍ଗୁଲିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲରେ ୫ ଦିନ ଚିକିତ୍ସିତ ହେବା ପରେ ଜାନୁଆରୀ ୭ରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ପୂର୍ବରୁ ବ୍ୟାୟାମ କରୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଗାଙ୍ଗୁଲି । ଆଉ ଏବେ ପୁଣିଥରେ ଅସୁସ୍ଥ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଦେଶବାସୀ ।