ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା, ଗତ ୫ବର୍ଷ ହେବ ସେ ନିୟମିତ ଚିକିତ୍ସା ପାଇଁ ଆସୁନଥିଲେ: ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ 

ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା, ଗତ ୫ବର୍ଷ ହେବ ସେ ନିୟମିତ ଚିକିତ୍ସା ପାଇଁ ଆସୁନଥିଲେ: ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ 

କନକ ବ୍ୟୁରୋ: ନବ ଦାସଙ୍କ ଉପରେ ଗୁଳି ଚଳାଇଥିବା ଗୋପାଳ ଦାସଙ୍କ ପତ୍ନୀ କହିଥିଲେ ତାଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । ତେବେ ଏନେଇ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ । ସେ କହିଛନ୍ତି, ଗତ ୮ରୁ ୧୦ ବର୍ଷ ତଳେ ସେ ପାଖରେ ଚିକିତ୍ସିତ ହେଉଥିଲେ । ଆମେ ଚିକିତ୍ସା ମଧ୍ୟ କରିଥିଲୁ । ତାଙ୍କ ଲକ୍ଷଣ ବି ଠିକଠାକ୍ ଥିଲା । ତେବେ ଏହାରି ଭିତରେ ଗତ ୫ ବର୍ଷ ହେବ ଚିକିତ୍ସା ପାଇଁ ସେ ଆସୁନଥିଲେ । ଔଷଧ ବୋଧେ ଖାଉନଥିଲେ ।

ଗୋପାଳଙ୍କ ଦେହରେ ନିଦ୍ରାହୀନତା, ଅଧିକ ରାଗିବାର, ମାଡମାରୁଥିବାର ଲକ୍ଷଣ ଥିଲା । ପ୍ରଥମେ ସେ ଯେତେବେଳେ ଆସିଥିଲେ ଆମେ ତାଙ୍କୁ ରୋକିବା ପାଇଁ ଇଞ୍ଜେକସନର ସହାୟତା ମଧ୍ୟ ନେଇଥିଲୁ । ଏକଥା ପ୍ରାୟ ୧୦ ବର୍ଷ ତଳର କିନ୍ତ,ୁ ପରେ ସେ ସୁସ୍ଥ ହୋଇଥିଲେ । ଗତ ୫ ବର୍ଷ ହେବ ସେ ନିୟମିତ ଚିକିତ୍ସା ହେଉନଥିଲେ ଲାଗୁଛି ପୁଣି ଥରେ ସେଭଳି କିଛି ଲକ୍ଷଣ ତାଙ୍କ ଦେହରେ ଆସିଥାଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe