ଏନସିପି ଆଗରେ ଡ୍ରଗ୍ସ ଲିଙ୍କଙ୍କୁ ଅସ୍ୱୀକାର କଲେ ଶ୍ରଦ୍ଧା କପୁର: କହିଲେ ସୁଶାନ୍ତଙ୍କ ଫାର୍ମ ହାଉସ୍ ଯାଇ କରିଥିଲେ ପାଟି, ହେଲେ ନେଇନାହାନ୍ତି ନିଷିଦ୍ଧ ଡ୍ରଗ୍ସ; ସେପଟେ ମସ୍ତାନି ଗର୍ଲଙ୍କ ବଢିଲା ମୁସ୍କିଲ

582

କନକ ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚା ସଷ୍ଟି କରିଛି ବଲିଉଡରେ ଡ୍ରଗ୍ସ ଲିଙ୍କ୍ ମାମଲା । ଏନ୍ସିବିରେ ଆଗରେ ଶ୍ରଦ୍ଧା କାପୁର ମାନିଲେ ନାହିଁ ଡ୍ରଗ୍ସ ଲିଙ୍କ୍ । ଡ୍ରଗ୍ସ ଲିଙ୍କ୍ଙ୍କୁ ଶ୍ରଦ୍ଧା ଅସ୍ୱୀକାର କରିଛନ୍ତି । କହିଛନ୍ତି, ସୁଶାନ୍ତଙ୍କ ସହ ସେ ଫାର୍ମ ହାଉସ୍ ପାର୍ଟିକୁ ଯାଇଥିଲେ । ହେଲେ ନିଷିଦ୍ଧ ଡ୍ରର୍ଗ୍ସ ନେଇ ନାହାନ୍ତି । ନିଶିଦ୍ଧ ସିବିଡି ଅଏଲ୍ ମଗାଇଥିବା ଅଭିଯୋଗରେ ଶ୍ରଦ୍ଧା କପୁରଙ୍କୁ ସମନ କରିଥିଲେ ଏନସିବି । ଆଜି ଶ୍ରଦ୍ଧା କାପୁର ଦିନ ୧୨ଟାରେ ଏନସିବି ପାଖରେ ହାଜର ହୋଇଥିଲେ । ଏହାପରେ ତାଙ୍କୁ ଦୀର୍ଘଘଂଟା ଧରି ଜେରା କରାଯାଉଛି ।

ସେପଟେ, ବଲିଉଡ ଡ୍ରଗ୍ସ କାରବାର ଲିଙ୍କ ମାମଲା । ନାର୍କୋଟିକ୍ସ ବ୍ୟୁରୋରେ ହାଜର ହେଲେ ବଲିଉଡର ‘ମସ୍ତାନୀ’ ଦୀପିକା ପାଦୁକୋନ । ନାରକୋଟିକ୍ସ ବ୍ୟୁରୋର ଗେଷ୍ଟହାଉସରେ ପହଁଚିଛନ୍ତି ଦୀପିକା ପାଦୁକୋନ ୍ା ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟ ନେଇ ଅଧିକ ପଚରାଉଚରା କରୁଛି ଏନସିବି । ଆଜି ସମସ୍ତଙ୍କ ନଜର ରହଛି ଦୀପିକାଙ୍କ ଉପରେ । କାରଣ କରିଶ୍ମା ପ୍ରକାଶଙ୍କ ସହିତ ଡ୍ରଗ୍ସ ଚାର୍ଟରେ ଦୀପିକାଙ୍କ ନାଁ ଆସିବା ପର ଠାରୁ ଏହି ଘଟଣା ଭିତରକୁ ଟାଣି ହୋଇଆସିଛନ୍ତି ଦୀପିକା । ଡ୍ରଗ୍ସ ଚାର୍ଟ ନେଇ ଦୀପିକାଙ୍କ ମତ କଣ ଜାଣିବାକୁ ଚାହିଁଛି ଏନସିବି । କାହାଠାରୁ ସେ ଡ୍ରଗ୍ସ ମଗାଉଥିଲେ , କାହା ପାଇଁ ମଗାଉଥିଲେ, ନା ନିଜେ ଡ୍ରଗ୍ସ ନେଉଥିଲେ, ଡ୍ରଗ୍ସ ପାର୍ଟକୁ କେମିତି ଆସୁଥିଲା ଡ୍ରଗ୍ସ, କେଉଁ ମାନଙ୍କ ଜରିଆରେ ସେ ଡ୍ରଗ୍ସ ମଗାଉଥିଲେ , କେଉଁ ଡ୍ରଗ୍ସ ପେଡଲରଙ୍କ ସହିତ ରହିଛି ତାଙ୍କର ସଂପର୍କ , ଏସବୁ ପ୍ରଶ୍ନର ଜବାବ ଖୋଜୁଛି ଏନସିବି । ଏନସିବି ଅଧିକାରୀ ଦୀପିକାଙ୍କ ମୋବାଇଲକୁ ନିଜ ପାଖରେ ରଖି ହ୍ୱାଟସ୍ ଆପ୍ ଚାଟ୍ ନେଇ ଅଧିକ ଖୋଳତାଡ ଜାରି ରଖିଛି । ସକାଳ ପ୍ରାୟ ୧୦ଟାରୁ ଦୀପିକାଙ୍କୁ ପଚରାଉଚରା କରୁଛନ୍ତି ନାରକୋଟିକ୍ସ ବ୍ୟୁରୋର ଅଧିକାରୀ ।

ସମନ ପାଇ ଏନସିବି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି ସାରା ଅଲ୍ଲୀ ଖାନ୍ । ଏବେ ସାରାଙ୍କୁ ଜେରା କରାଯାଉଛି । ଆଜି ଏନସିବିରେ ହାଜର ହେବାକୁ ସାରା ଅଲ୍ଲୀ ଖାନ୍ ଅତିରିକ୍ତ ସମୟ ମାଗିଥିଲେ । ଏନସିବି ଏହାକୁ ମଂଜୁର କରିଥିଲା ।