ହୋଟେଲରେ ଗଣ୍ଡଗୋଳ, ବାହାରେ ହତ୍ୟା । ମନୀଷ ମୃତ୍ୟୁ ମାମଲାର ବଡ ଖୁଲାସା

389

କନକ ବ୍ୟୁରୋ : ଗତ କିଛିଦିନ ହେବ ଭୁବନେଶ୍ୱର ଏକ ପୋଖରୀରୁ ମନୀଷଙ୍କ ମୃତୁ ଦେହ ମିଳିବା ପରେ ଏହା ହତ୍ୟା ନା ଆତ୍ମ ହତ୍ୟା, ତାହାକୁ ନେଇ ସନ୍ଦେହ ବଢୁଥିବା ବେଲେ ଆଜି ମନୀଷ ମୃତ୍ୟୁ ମାମଲାର ଖୁଲାସା କରିଛି ପୋଲିସ । ମନୀଷକୁ ତାଙ୍କ ସାଙ୍ଗମାନେ ହତ୍ୟା କରିଥିବା ପୋଲିସ ସ୍ପଷ୍ଟ କରିଛି ।
ପୋଲିସ ସୂଚନା ଅନୁଯାୟୀ, ପାତ୍ରପଡାର ଏକ ହୋଟେଲକୁ ମନୀଷ ଏବଂ ତାଙ୍କର ତିନି ଜଣ ସାଙ୍ଗ ପାର୍ଟି କରିବା ପାଇଁ ଯାଇଥିଲେ । ହୋଟେଲରେ ବିଲ ପେମେଣ୍ଟକୁ ନେଇ ୪ଜଣଙ୍କ ଭିତରେ ବଚ୍ଚସା ହୋଇଥିଲା । ହୋଟେଲରୁ ବାହାରକୁ ଆସିବା ପରେ ମଧ୍ୟ ତାଙ୍କ ମଧ୍ୟରେ ଝଗଡା ହୋଇଥିଲା । ସାଙ୍ଗମାନେ ମିଶି ମନୀଷଙ୍କୁ ଆକ୍ରମଣ କରିଥିଲେ, ଘଟଣାସ୍ଥଳରେ ହିଁ ମନୀଷଙ୍କ ମୃତ୍ୟୁ ହୋଇଯାଇଥିଲା । ମନୀଷଙ୍କ ମୃତ୍ୟୁ ହୋଇଯାଇଥିବା ଦେଖି ସାଙ୍ଗମାନେ ପ୍ରମାଣ ନଷ୍ଟ କରିବା ପାଇଁ ମନୀଷଙ୍କ ମୃତ ଦେହକୁ ନିକଟରେ ଥିବା ଏକ ଫୋଖରିରେ ଫିଙ୍ଗି ଦେଇଥିଲେ ।
ତେବେ ମନୀଷଙ୍କୁ ହତ୍ୟା କରିଥିବା ତାଙ୍କର ତିନିଜଣ ବନ୍ଧୁଙ୍କ ନାଁ ହେଉଛି ଅମ୍ରିତ୍, ଦିନେସ୍ ଏବଂ ମୃତ୍ୟୁଞ୍ଜୟ । ଆଜି ପୋଲିସ ଏହି ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମାମଲାର ଅଧିକ ତଥ୍ୟ ମିଳିବ ବୋଲି ପୋଲିସ କହିଛି ।