କନକ ବ୍ୟୁରୋ: ବାରିପଦା ସର୍କିଟ ହାଉସରେ ମହାମହିମ ରାଷ୍ଟ୍ରପତି । ଗେଷ୍ଟ ହାଉସରେ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ସର୍କିଟ ହାଉସରେ ରାତିଯାପନ କରିବାର ରହିଛି କାର୍ଯ୍ୟକ୍ରମ । ରାଷ୍ଟ୍ରପତିଙ୍କ ମୟୁରଭଞ୍ଜ ଗସ୍ତର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ଶିମିଳିପାଳ ବୁଲି ଦେଖିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମର୍ମୁ । ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ା କରାଯାଇଥିଲା । ସ୍ୱତନ୍ତ୍ର ଗାଡ଼ିରେ ଶିମିଳିପାଳ ବୁଲି ଦେଖିଛନ୍ତି ରାଷ୍ଟ୍ରପତି ।

Advertisment

ମଧ୍ୟାହ୍ନ ଭୋଜନରେ ରାଷ୍ଟ୍ରପତିଙ୍କ ପାଇଁ ମେନ୍ୟୁରେ ଭଳି କି ଭଳି ଖାଦ୍ୟ ସାମିଲ କରାଯାଇଛି । ମୋଗେଇ ଚାଉଳର ଭାତ ସହ ଡାଲି ପଞ୍ଚ ମେଳନ, ପୋଟଳ କୁରମା, ଶାଗଭଜା ଓ ପରିବା ଭଜା ବ୍ୟବସ୍ଥା କରାଯାଇଥିଲା । ଏସବୁ ବିନା ପିଆଜ ରସୁଣରେ ରନ୍ଧାଯାଇଥିଲା । ଆସନ୍ତାକାଲି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ସମାର୍ବତନ ଉତ୍ସବରେ ଦେବେ ଯୋଗଦେବେ ମହାମହିମ ରାଷ୍ଟ୍ରପତି ।