ହୀରାକୁଦର ଖୋଲିଲା ଆଉ ୪ ଗେଟ୍ । ମୋଟ୍ ୯ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ : ଜଳଭଣ୍ଡାର ଜଳସ୍ତର ୬୨୯ ଦଶମିକ ଶୂନ ଆଠ ଫୁଟ୍

113

କନକ ବ୍ୟୁରୋ : ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଛି । ଏହା ଫଳରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ଖୋଲାଯାଇଛି । ଫଳରେ ଏବେ ମୋଟ ୯ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ଏହି ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ଏବେ ଜଳପତ୍ତନ ରହିଛି ୬୨୯.୯ ଫୁଟ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୭୦ ହଜାର ୨୫୧ ଘନଫୁଟ ଜଳ ପ୍ରବେଶ କରୁଛି ବୋଲି ଜଣାପଡ଼ିଛି ।

ଗତ ଅଗଷ୍ଟମାସରେ ଛତିଶଗଡ଼ ଓ ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବିପଦସଂକେତ ନିକଟବର୍ତ୍ତୀ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୪୬ଟି ଗେଟ ଖୋଲା ଯାଇଥିଲା । ଏହାଯୋଗୁଁ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା ।

Comments are closed.