କନକ ବ୍ୟୁରୋ : ହୀରାକୁଦ ଜଳଭଣ୍ଡାରର ନୀଳ ଜଳ ରାଶିରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସମ୍ବଲପୁର, ବରଗଡ ଓ ଝାରୁସୁଗୁଡା ଫରେଷ୍ଟ ଡିଭିଜନର ମୋଟ ୨୧ଟି ଟିମ ସହ ସମ୍ବଲପୁର ଓୟୁଏଟି ଛାତ୍ରଛାତ୍ରୀ ଏହି ପକ୍ଷୀ ଗଣନାରେ ସାମିଲ ହୋଇଛନ୍ତି । ଗତବର୍ଷ ଜଳଭଣ୍ଡାରକୁ ୯୨ ପ୍ରଜାତିର ଲକ୍ଷେ ୪୫ ହଜାରରୁ ଅଧିକ ପକ୍ଷୀ ଆସିଥିଲେ । ଦୂର ଦୂରାନ୍ତରୁ ଆସିଥିବା ଏହି ପକ୍ଷୀମାନେ ମାର୍ଚ ପ୍ରଥମ ସପ୍ତାହ ଯାଏଁ ଏଠାରେ ରହିଥାନ୍ତି । ଚଳିତବର୍ଷ ହୀରାକୁଦକୁ ଅଧିକ ବିଦେଶୀ ପକ୍ଷୀ ଆସିଥିବା ଜଣାପଡିଛି ।
ହୀରାକୁଦରେ ପକ୍ଷୀ ଗଣନା : ଜଙ୍ଗଲ ବିଭାଗର ୩ଟି ଡିଭିଜନର ୨୧ଟି ଟିମ୍ ସାମିଲ; ଚଳିତ ବର୍ଷ ହୀରାକୁଦକୁ ଆସିଛନ୍ତି ଅଧିକ ବିଦେଶୀ ପକ୍ଷୀ
/kanak/media/post_attachments/wp-content/uploads/2021/01/HIRAKUD-BIRD-COUNT-750x430.jpg)