କନକ ବ୍ୟୁରୋ : ଛତିଶଗଡ଼ କଲମା ଗେଟ୍ ଖୋଲିବା ପରେ ହୀରାକୁଦରେ ବଢୁଛି ଜଳ ପ୍ରବେଶ । ଗତକାଲି ୨୦ଟି ଗେଟ୍ ଖୋଲାଥିବା ବେଳେ ୫ଟି ଗେଟ୍ ବନ୍ଦ କରିଛି ଛତିଶଗଡ଼ । ଏବେ ୧୫ଟି ଗେଟ୍ ଦେଇ ପାଣି ଆସୁଛି । ଏବେ ୧୮୩୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି । କଲମାରେ ସର୍ବାଧିକ ଜଳ ଧାରଣ କ୍ଷମତା ୧୯୭ ମିଟର ଛୁଇଁ ଯାଇଥିବାରୁ ନିଜ ଛବିକୁ ସ୍ୱଚ୍ଛ ରଖିବା ପାଇଁ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ ସରକାର ଗେଟ୍ ଖୋଲି ଦେଇଛନ୍ତି । କଲମା ବ୍ୟାରେଜର ୬୬ଟି ଗେଟ୍ ରହିଛି ।

Advertisment

ଏଥିରେ ସର୍ବାଧିକ ୫୦ ଦଶମିକ ୩୯ କ୍ୟୁବିକ୍ ମିଲିୟନ୍ ମିଟର ଜଳ ସଂରକ୍ଷଣ ହୋଇପାରିବ । ମହାନଦୀ ଟ୍ରିବ୍ୟୁନାଲଙ୍କ ପ୍ରଥମ ପର୍ଯ୍ୟାୟ ଗସ୍ତ ଶେଷ ହୋଇଛି । ଏହି ସମୟରେ କଲମା ସମେତ ଛତିଶଗଡ଼ର ପ୍ରାୟ ସମସ୍ତ ବ୍ୟାରେଜ୍ ଏହାର ନିର୍ଦ୍ଧାରିତ କ୍ଷମତା ପାଖାପାଖି ଜଳ ସଂରକ୍ଷଣ କରିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଛତିଶଗଡ଼ରେ ମହାନଦୀ ପାଣି ଲହଡି ଭାଙ୍ଗୁଥିବା ବେଳେ ଓଡ଼ିଶାରେ ଶୁଖିଲା ପଡ଼ିଥିବା ଚିତ୍ର ସାମ୍ନାକୁ ଆସିଥିଲା । ଯାହାକୁ ଛତିଶଗଡ଼ ସରକାର ଖଣ୍ଡନ କରିବା ସହ ଓଡ଼ିଶା ମିଥ୍ୟା ଅଭିଯୋଗ ଆଣୁଥିବା ଟ୍ରିବ୍ୟୁନାଲ ସମ୍ମୁଖରେ ତଥ୍ୟ ରଖିଥିଲେ । ଏବେ ନଜର ପକାନ୍ତୁ ଗତ ୫ ଦିନ ମଧ୍ୟରେ କିପରି ଜଳର ପରିମାଣ ବଢ଼ି ବଢ଼ି ଚାଲିଛି ।

୫ ଦିନର ହିସାବ

୨୩.୦୪.୨୩ (ରବିବାର)

ହୀରାକୁଦ ଜଳସ୍ତର ୬୧୧.୯୩
ଜଳ ପ୍ରବେଶ ୧,୧୩୮ କ୍ୟୁସେକ୍

୨୪.୦୪.୨୩ (ସୋମବାର)

ହୀରାକୁଦ ଜଳସ୍ତର ୬୧୧.୮୯ ଫୁଟ
ଜଳ ପ୍ରବେଶ ୧,୨୯୦ କ୍ୟୁସେକ୍

୨୫.୦୪.୨୩ (ମଙ୍ଗଳବାର)

ହୀରାକୁଦ ଜଳସ୍ତର ୬୧୧.୮୩ ଫୁଟ୍
ଜଳ ପ୍ରବେଶ ୧,୪୭୨ କ୍ୟୁସେକ୍

୨୬.୦୪.୨୩ (ବୁଧବାର)

ହୀରାକୁଦ ଜଳସ୍ତର ୬୧୧.୭୫ ଫୁଟ
ଜଳ ପ୍ରବେଶ ୧,୬୬୧ କ୍ୟୁସେକ୍

୨୭.୦୪.୨୩ (ଗୁରୁବାର ସକାଳ ୮ଟା ସୁଦ୍ଧା)

ହୀରାକୁଦ ଜଳସ୍ତର ୬୧୧.୭୧ ଫୁଟ
ଜଳ ପ୍ରବେଶ ୧,୮୩୬ କ୍ୟୁସେକ୍