କନକ ବ୍ୟୁରୋ: ଆଜି ଦିନ ୧୧ଟା ସୁଦ୍ଧା ମୁଣ୍ଡୁଳୀରେ ପହଞ୍ଚିବ ହୀରାକୁଦ ପାଣି । ରବିବାର ୩ଟି ପର୍ୟ୍ୟାୟରେ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ଖୋଲା ହୋଇଥିଲା । ଏହାପରେ ଆଜି ମୁଣ୍ଡୁଳୀରେ ପହଞ୍ଚିବ ହୀରାକୁଦ ପାଣି ।

Advertisment

ମହାନଦୀ ଅବବାହିକାରେ ସମ୍ବଲପୁର, ସୋନପୁର, ନୟାଗଡ, ପୁରୀ, କଟକ, କେନ୍ଦ୍ରପଡା ଓ ଜଗତସିଂହପୁର ଆସୁଥିବାରୁ ଏସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରିଛନ୍ତି ଏସଆରସି । ମହାନଦୀକୁ ନଯିବାକୁ ଲୋକଙ୍କୁ ସତର୍କ କରାଯାଇଛି । ଗୃହପାଳିତ ପଶୁଙ୍କୁ ନଦୀ ପାଖକୁ ନଛାଡିବାକୁ କୁହାଯାଇଛି ।

ସକାଳ ୬ଟାର ରିପୋର୍ଟ ଅନୁଯାୟୀ, ୨୦ଟି ଗେଟ୍ ଦେଇ ଏବେ ହୀରାକୁଦରୁ ନିଷ୍କାସିତ ହେଉଛି ବନ୍ୟା ପାଣି । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୧୪.୮୫ ଫୁଟ୍, ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୪ ହଜାର ୧୦୩ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୩ ଲକ୍ଷ ୪୫ ହଜାର ୩୨୬ କ୍ୟୁସେକ ଜଳ।