କନକ ବ୍ୟୁରୋ: ଆଜି ଖୋଲିବ ହୀରାକୁଦ ଜଳଭଣ୍ଡାର, ନିଷ୍କାସିତ ହେବ ବର୍ଷର ପ୍ରଥମ ବନ୍ୟାଜଳ। ନଦୀ କୂଳିଆ ଅଞ୍ଚଳ ବାସୀଙ୍କୁ ସୁରକ୍ଷିତ ଓ ଉଚ୍ଚ ସ୍ଥାନକୁ ଯିବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପରାମର୍ଶ। ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଡ୍ୟାମ ଖୋଲିବା ନେଇ ନିଷ୍ପତ୍ତି ହୋଇଛି।
ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯିବାର କାର୍ୟ୍ୟକ୍ରମ ରହିଛି।
ଶନିବାର ରାତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୫.୨୯ ଫୁଟରେ ପହଞ୍ଚିଥିଛି। ସେକେଣ୍ଡ ପ୍ରତି ଜଳଭଣ୍ଡାରକୁ ୨ଲକ୍ଷ ୯୪ ହଜାର ୧୧୨ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ ଏବଂ ଶିଳ୍ପସଂସ୍ଥାକୁ ଜଳଯୋଗାଣ କାର୍ୟ୍ୟରେ ୩୯ହଜାର ୫୧୨ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/2-55.jpg)