ବଢୁଛି ହୀରାକୁଦ ଜଳସ୍ତର । ବର୍ତ୍ତମାନ ହୀରାକୁଦର ୧୮ଟି ଗେଟ୍ ଖୋଲା, ଜଳସ୍ତର ରହିଛି ୬୧୫.୭ ଫୁଟ୍…

230

କନକ ବ୍ୟୁରୋ: ଗତ ୨୪ ଘଣ୍ଟାରେ ଉପର ମୁଣ୍ଡରେ ବର୍ଷା ହ୍ରାସ ପରେ ମଙ୍ଗଳବାର ଦିନ ୨ଟା ବେଳକୁ ହୀରାକୁଦର ୨ଟି ଗେଟ୍ ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି । ମଙ୍ଗଳବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ସାମାନ୍ୟ ହ୍ରାସ ପାଇ ୬୧୫.୬୯ ଫୁଟ୍‌ରେ ପହଞ୍ଚିଛି । ସେତିକିବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୭୩ ହଜାର ୩୧୪ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୯୨ ହଜାର ୩୮୪ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା ।

ବାମ ସ୍ପିଲ୍‌ୱେ’ର ୧୨ ଓ ଡାହାଣ ପାର୍ଶ୍ବର ୬ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ୨ ଲକ୍ଷ ୭୫ ହଜାର ୭୬୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା । ସେହିପରି ପାୱାର୍‌ ଚାନେଲ୍‌ରେ ୧୪,୮୦୫ କ୍ୟୁସେକ୍‌, ବରଗଡ଼ କେନାଲ୍‌ରେ ୧୫୦୦ କ୍ୟୁସେକ୍‌, ଶାସନ କେନାଲ୍‌ରେ ୧୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୯ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଦିଆ ଯାଉଥିଲା ।

ମଙ୍ଗଳବାର ରାତି ୯ଟା ବେଳକୁ ମହାନଦୀ ତଳମୁଣ୍ଡ ବେଲଗାଁଠାରେ ­୨୧ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୬୩ ହଜାର କ୍ୟୁସେକ୍‌, ଖଇରମାଳଠାରେ ୪ ଲକ୍ଷ ୭୨ ହଜାର କ୍ୟୁସେକ୍‌, ବରମୂଳଠାରେ ୪ ଲକ୍ଷ ୨ ହଜାର କ୍ୟୁସେକ୍‌, ମୁଣ୍ଡଳିଠାରେ ୪ ଲକ୍ଷ ୪୨ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା । ସୋମବାର ବୁର୍ଲା ଜଳବିଦ୍ୟୁତ୍‌ କେନ୍ଦ୍ରରୁ ହାରାହାରି ୮୫ ମେଗାୱାଟ୍‌ ଓ ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ୪୯.୭୯୧ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪.୮୨ ମିଲିମିଟର୍‌ ଓ ତଳ ମୁଣ୍ଡରେ ୩.୧୩ ମିଲିମିଟର୍‌ ବ‌ର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ ।